ରାଥଯାତ୍ରାରେ ପୁରୀରେ ପ୍ରବଳ ବର୍ଷିବ, ୬ରୁ ୮ ତାରିଖ ଯାଏ ବର୍ଷା ସମ୍ଭାବନା

Published By : Prameya-News7 Bureau | July 05, 2024 IST

ଭୁବନେଶ୍ୱର,୦୫/୦୭: ୭ ତାରିଖରେ ପ୍ରବଳ ବର୍ଷା । ରଥଯାତ୍ରା ଦିନ ପୁରୀରେ ପ୍ରବଳ ବର୍ଷିବ । ଏହା ସହିତ ରାଜ୍ୟର ୧୪ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ  ବିଭାଗ । ଏପଟେ ରାଜ୍ୟରେ ଶୁକ୍ରବାର ବିଶେଷ ବର୍ଷା ନାହିଁ । ୬ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ସେହିପରି ୭ରେ ପୁରୀ ସମେତ ଖୋର୍ଦ୍ଧା, କଟକ,  ଯାଜପୁର, ନୟାଗଡ଼, କନ୍ଧମାଳ, ଗଞ୍ଜାମ, ଗଜପତି, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା,  ମୟୂରଭଞ୍ଜ ଓ କେନ୍ଦୁଝରରେ ପ୍ରବଳ ବର୍ଷା ହେବାର  ସମ୍ଭାବନା ରହିଛି । ସେହିଭଳି ୮ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଗଞ୍ଜାମ, ଗଜପତି, ରାୟଗଡ଼ା,  କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ  ମାଲକାନଗିରିରେ ପ୍ରବଳ ବର୍ଷା ହେବ  ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ  କରାଯାଇଛି ।

ପଶ୍ଚିମ ଝାଡ଼ଖଣ୍ଡ ଉପରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ହେବ ବୋଲି ବିଭାଗ ଆକଳନ   କରିଛି । ସେହିପରି ୧୧ରୁ ୧୮ ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା ଥିବା ନେଇ ସିଷ୍ଟମ୍‌ ସୂଚାଉଛି । 

ଅନ୍ୟପଟେ ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି, ରାଜ୍ୟରେ ପାଗ ଏମିତି ମେଘୁଆ ରହିବ । ସକାଳ ଓ ଅପରାହ୍ଣରେ କାଁ ଭାଁ କିଛି ସ୍ଥାନରେ ବର୍ଷା ହେବ । ୭ ତାରିଖ  ଅପରାହ୍ଣରେ ପୁରୀ, ଖୋର୍ଦ୍ଧା, ନୟାଗଡ଼   ସମେତ ବିଭିନ୍ନ ଜିଲ୍ଲାରେ ବର୍ଷା ହେବ।   ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ  ଦକ୍ଷିଣ ଓଡ଼ିଶା ନିକଟରେ ଘୂର୍ଣ୍ଣିବଳୟ  ସୃଷ୍ଟି ହେବ । ଯାହାର ପ୍ରଭାବରେ  ବର୍ଷା ହେବ । ବର୍ଷା କୃଷି କାର୍ଯ୍ୟ ପାଇଁ  ଅନୁକୁଳ ପାଗ ସୃଷ୍ଟି କରିଛି । ୧୨ ଯାଏ ରାଜ୍ୟରେ ପ୍ରବଳ ବର୍ଷା ନଥିଲେ ମଧ୍ୟ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବ ବୋଲି ଡ. ସାହୁ ଆକଳନ କରିଛନ୍ତି ।

  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.