ଜଗତସିଂହପୁର ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଜେ. ସୋନାଲ

Published By : Prameya-News7 Bureau | August 10, 2024 IST

ଜଗତସିଂହପୁର ୧୦ଜଗତସିଂହପୁର ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଜେ. ସୋନାଲ । ଜେ ସୋନାଲ ପୂର୍ବରୁ ବୌଦ୍ଧ ଜିଲ୍ଲାପାଳ ରହିଥିଲେ । ଶୁକ୍ରବାର ସନ୍ଧ୍ୟାରେ ବିଧିବଦ୍ଧ ଭାବେ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ ଗ୍ରହଣ କରିଛନ୍ତି । ଜଗତସିଂହପୁର ଜିଲ୍ଲାରେ ପହଁଚିବା ପରେ ଉପଜିଲ୍ଲାପାଳଙ୍କ ସହିତ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କୁ ଦର୍ଶନ କରିଥିଲେ । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି କାର୍ଯ୍ୟରେ ଯୋଗଦେବା ସହିତ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଦିଗରେ କାର୍ଯ୍ୟ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଜିଲ୍ଲାପାଳ ଯୋଗଦାନ ସମୟରେ ଅତିରିକ୍ତ ଜିଲ୍ଲାପାଳ ସମ୍ବିତ ରାଉତ, ପିଡ଼ି ରବିନାରାୟଣ ଜେଠି, ଉପଜିଲ୍ଲାପାଳ ପ୍ରଦୀପ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ପଟ୍ଟନାୟକଙ୍କ ସହିତ ସମସ୍ତ ସରକାରୀ ଅଧିକାରୀ ମାନେ ପୁଷ୍ପଗୁଚ୍ଛ ଦେଇ ନୂତନ ଜିଲ୍ଲାପାଳଙ୍କୁ ସ୍ବାଗତ କରିଥିଲେ । ଏଥି ସହିତ ବାଂଲାଦେଶୀ ଅନୁପ୍ରବେଶ ରୋକିବା ପାଇଁ କିପରି ପଦକ୍ଷପ ନିଆଯିବ ବୋଲି ସାମ୍ବାଦିକ ମାନଙ୍କର ଏକ ପ୍ରଶ୍ନର ଉତ୍ତର ଦେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ଓ ସେଥି ପାଇଁ ପ୍ରଶାସନ ସଜାଗ ଅଛି ବୋଲି ଜିଲ୍ଲାପାଳ କହିଛନ୍ତି ।

You Can Read:

ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ, ଶିକ୍ଷୟିତ୍ରୀ ଗିରଫ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.