ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ, ଶିକ୍ଷୟିତ୍ରୀ ଗିରଫ

Published By : Prameya-News7 Bureau | August 10, 2024 IST

ଆନନ୍ଦପୁର ୧୦ବେକାର ଯୁବକ ଯୁବତୀଙ୍କ ଠାରୁ ଚାକିରି କରାଇଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଲୁଟିଥିଲେ ଶିକ୍ଷକ ଦମ୍ପତ୍ତି । ଏଭଳି ଅଭିଯୋଗ ପରେ ସ୍ତ୍ରୀଙ୍କୁ ପୋଲିସ ଗିରଫ  କରିଥିବା ବେଳେ ସ୍ବାମୀ ଫେରାର ରହିଛନ୍ତି । ଏହି ଦମ୍ପତ୍ତି ହେଲେ ଆନନ୍ଦପୁର ପୌରପାଳିକା ଅନ୍ତର୍ଗତ ଜଅଁରା ଗାଁର ରବୀନ୍ଦ୍ର କୁମାର ବେହେରା  ଓ ତାଙ୍କ ପତ୍ନୀ ଅନସୂୟା ବାରିକ । ରବୀନ୍ଦ୍ର ଜଣେ ଅବସରପ୍ରାପ୍ତ ଶିକ୍ଷକ ହୋଇଥିବା ବେଳେ ଅନସୂୟା ଏବେ ଯାଜପୁର ଜିଲ୍ଲା ତାଳଗଡିଆ ଆଶ୍ରମ ସ୍କୁଲର ଶିକ୍ଷୟିତ୍ରୀ ଅଛନ୍ତି । ଉଭୟ ସ୍ବାମୀ-ସ୍ତ୍ରୀ ଗତ କିଛି ବର୍ଷ ହେବ ସ୍ଥାନୀୟ ଅଞ୍ଚଳର ଶିକ୍ଷିତ ଯୁବକ-ଯୁବତୀଙ୍କୁ ପ୍ରଲୋଭିତ କରି ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ନେଇଥିଲେ । ତେବେ ଚାକିରି ନହେବାରୁ ଟଙ୍କା ଆଉ ଫେରସ୍ତ କରିନଥିଲେ । ଶୁକ୍ରବାର ନନ୍ଦିପଦା ଥାନା ଅନ୍ତର୍ଗତ ଚୋରଗଡିଆ ଗାଁର ମଧୁସ୍ମିତା ଜେନା ଏନେଇ ଘଷିପୁରା ଥାନାରେ ଅଭିଯୋଗ କରିଥିଲେ । ମଧୁସ୍ମିତାଙ୍କ ଠାରୁ ୫ ଲକ୍ଷ ୬୦ ହଜାର ଟଙ୍କା ନେଇ ଆଉ ଧରାଛୁଆଁ ଦେଇନଥିଲେ । ଅଭିଯୋଗ ଆଧାରରେ ଘଷିପୁରା ପୋଲିସ ପତ୍ନୀ ଅନସୂୟାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ଫେରାର ସ୍ବାମୀ ରବୀନ୍ଦ୍ରଙ୍କୁ ଖୋଜୁଛି ପୋଲିସ । ଏଥିସହ ଏହି ରାକେଟ୍‌ରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ତାର ତଦନ୍ତ ମଧ୍ଯ ଆରମ୍ଭ ହୋଇଥିବା ପୋଲସ ପକ୍ଷରୁ ସୂଚନା ମିଳିଛି ।

You Can Read:

ଓଡିଶାକୁ ୬ଟି ପ୍ରକଳ୍ପ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.