ଝାରପଡା ଜେଲ୍‌ରେ ଗଣ୍ଡଗୋଳ ଘଟଣା, ଏଡିଜିଙ୍କ ତନାଘନା

Published By : Prameya-News7 Bureau | September 02, 2024 IST

ଭୁବନେଶ୍ବର ୨/୯:ଝାରପଡା ଜେଲ୍‌ରେ ବିଚାରାଧୀନ କଏଦୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଆରମ୍ଭ ହୋଇଛି ଖୋଳତାଡ । ଜେଲ୍‌ ଏଡିଜି ଅମିତାଭ ଠାକୁର ଘଟଣାର ତଦନ୍ତ ପାଇଁ ଝାରପଡା ଜେଲ୍‌ରେ ପହଞ୍ଚିଛନ୍ତି । କେମିତି ଓ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ତାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବେ । ସେହିପରି ଝାରପଡା ଜେଲ୍‌ରେ ତନାଘନା କରିଛନ୍ତି ଡିଆଇଜି ଅନସୂୟା ଜେନା । ଜେଲର ଗୁମର ଫିଟାଇବାରୁ ଗ୍ୟାଙ୍ଗଷ୍ଟର ହାଇଦରର ପୁଅ ମୁନା ଓ ତାଙ୍କ ଗ୍ୟାଙ୍ଗ ବିଚାରାଧୀନ କଏଦୀ ସୌମ୍ୟକାନ୍ତ ମହାନ୍ତିଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଥିଲା । 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.