ପୁଣି ଅଶାନ୍ତ ଜମ୍ମୁ କାଶ୍ମୀର, ଆତଙ୍କୀ ହମଲାରେ ଦୁଇ ଶ୍ରମିକ ଆହତ

Published By : Prameya-News7 Bureau | November 02, 2024 IST

କାଶ୍ମୀର ୦୨/୧୧: ଦୀପାବଳି ପରେ ପୁଣି ଅଶାନ୍ତ ଜମ୍ମୁ କାଶ୍ମୀର । ଜମ୍ମୁ-କାଶ୍ମୀରରେ ପୁଣିଥରେ ଆତଙ୍କବାଦୀଙ୍କ ବର୍ବରତା । ବଡଗାମରେ ଦୁଇଜଣ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରିଛନ୍ତି ଆତଙ୍କୀ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତଙ୍କ ନାମ ଉସମାନ ଏବଂ ସଞ୍ଜୟ, ଉଭୟ ଉତ୍ତରପ୍ରଦେଶର ବୋଲି ଜଣାପଡ଼ିଛି । 

ସୂଚନା ଥାଉକି, ଦୁହେଁ ଜଳ ଜୀବନ ମିଶନ ଅଧୀନରେ ଚାଲିଥିବା ଏକ ପ୍ରୋଜେକ୍ଟରେ ଶ୍ରମିକ ଭାବେ କାମ କରୁଥିଲେ। ତେବେ ଏହି ସମୟରେ ସେମାନେ ଆତଙ୍କି ହମଲାର ଶିକାର ହୋଇଥିଲେ । ପୂର୍ବରୁ ମଧ୍ୟ ଘାଟିରେ ଶ୍ରମିକଙ୍କୁ ଆକ୍ରମଣ କରାଯାଇଛି । 

ପାକିସ୍ତାନର ଲଶ୍କର-ଏ-ତୋଏବା ଏହି ଘଟଣା ଘଟାଇଥିବା ଦାବି କରିଥିଲା । ଏହି ଆକ୍ରମଣରେ ସଂପୃକ୍ତ ଥିବା ଦୁଇ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଦକ୍ଷିଣ କାଶ୍ମୀର ଅଞ୍ଚଳର ବୋଲି ଜଣାପଡ଼ିଥିବାବେଳେ ଅନ୍ୟ ଜଣେ ପାକିସ୍ତାନରୁ ଆସିଥିବା କୁହାଯାଉଛି । ସେପଟେ ଘଟଣା ପରେ କମ୍ୱିଂ ଅପରେସନକୁ ଜୋରଦାର କରାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.