ଜେଟ ଏୟାରଓ୍ବେଜ ଫାଉଣ୍ଡର ନରେଶ ଗୋୟଲଙ୍କୁ ଜାମିନ, ମନିଲଣ୍ଡ୍ରିଂ ମାମଲାରେ ଅଛନ୍ତି ଜେଲରେ

Published By : Prameya-News7 Bureau | November 11, 2024 IST

ମୁମ୍ବାଇ: ମନି ଲଣ୍ଡ୍ରିଂ ମାମଲାରେ ଜେଲରେ ଥିବା ଜେଟ ଏୟାରଓ୍ବେଜର ଫାଉଣ୍ଡର ନରେଶ ଗୋୟଲଙ୍କୁ ମିଳିଲା ଜାମିନ୍‌। ସୋମବାର ବମ୍ବେ ହାଇକୋର୍ଟ ମେଡିକାଲ ଗ୍ରାଉଣ୍ଡରେ ତାଙ୍କର ଜାମିନ ମଞ୍ଜୁର କରିଛନ୍ତି। ଗୋୟଲ କ୍ୟାନ୍ସରେ ପୀଡ଼ିତ ଅଛନ୍ତି ଏବଂ ତାଙ୍କର ଚିକିତ୍ସା ରିଲାଏନ୍ସ ହସ୍ପିଟାଲରେ ଚାଲିଛି। ଏହା ପୂର୍ବରୁ ମଧ୍ୟ ଚଳିତ ବର୍ଷ ମେ ମାସରେ ମଧ୍ୟ ଦୁଇ ମାସ ପାଇଁ ନରେଶଙ୍କୁ ଚିକିତ୍ସା ପାଇଁ ଜାମିନ ମିଳିଥିଲା

ସୂଚନାଥାଉକି, ନରେଶଙ୍କୁ ୨୦୨୩ ସେପ୍ଟେମ୍ବର ୧ରେ ଗିରଫ କରାଯାଇଥିଲା। ।ନରେଶ ମୁମ୍ବାଇର ଆର୍ଥର ରୋଡ ଜେଲରେ ଅଛନ୍ତି। ନରେଶଙ୍କ ପତ୍ନୀ ଅନୀତା ଗୋୟଲଙ୍କ ଚଳିତ ବର୍ଷ ମେ ୧୬ରେ ମୁମ୍ବାଇରେ ପରଲୋକ ହୋଇଥିଲା। ଅନୀତା ମଧ୍ୟ ସେ ଦୀର୍ଘ ଦିନରୁ କ୍ୟାନ୍ସରରେ ପୀଡ଼ିତ ଥିଲେ।

ଉଲ୍ଲେଖଯୋଗ୍ୟ, ଜେଟ୍ ଏୟାରଓ୍ବେଜ ଏକଦା ଦେଶର ସବୁଠୁ ବଡ଼ ବେସରକାରୀ ଏୟାରଲାଇନ୍ସ ମଧ୍ୟରୁ ଗୋଟିଏ ଥିଲା। ଏୟାରଲାଇନକୁ ଦକ୍ଷିଣ ଏସୀୟର ସବୁଠୁ ବଡ଼ ପ୍ରାଇଭେଟ ଏୟାରଲାଇନ ମାନ୍ୟତା ହାସଲ କରିଥିଲା। ହେଲେ ପରେ ଋଣଭାର ଯୋଗୁ ଜେଟ ଏୟାରଓ୍ବେଜ ୨୦୧୯ ଏପ୍ରିଲ ୧୭ରେ ପରିଚାଳନା ବନ୍ଦ ହୋଇଥିଲା।

ତେବେ ୨୦୨୧ ଜୁନରେ ନାସନାଲ କମ୍ପାନି ଲ’ ଟ୍ରିବ୍ୟୁନାଲ (NCLT)ର ଦେବାଳିଆ ପ୍ରକ୍ରିୟା ଅନୁଯାୟୀ ଜାଲାନ-କଲରକ କନଜୋରଟିୟମ ଜେଟ ଏୟାରଓ୍ବେଜର ନିଲାମୀ ଜିତିଥିଲା । ଯାହାପରେ କମ୍ପାନି ପୁଣି ଫରିବା ନେଇ ଆଶା କରାଯାଉଥିଲା। ହେଲେ ଏହି ପୁନରୁଦ୍ଧାର ପ୍ରକ୍ରିୟା ଚାଲିପାରିନଥିଲା। ଆଉ ଗତ ଗୁରୁବାର ସୁପ୍ରିମକୋର୍ଟ ନ୍ୟାସନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ (ଏନସିଏଲଟି)ଙ୍କ ଆଦେଶକୁ ଅଗ୍ରାହ୍ୟ କରି ଜେଟ୍ ଏୟାରୱେଜର ସମ୍ପତ୍ତି ବିକ୍ରି ଲାଗି ରାୟ ଦେଇଥିଲେ। ଯାହା ପରେ ବିମାନ କମ୍ପାନୀ ସବୁଦିନ ଲାଗି ବନ୍ଦ ହୋଇଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.