ଝାଡଖଣ୍ଡ ୦୨/୧୧: ଝାଡଖଣ୍ଡର ଅନେକ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ରେକର୍ଡ ହୋଇଛି । ରାଜଧାନୀ ରାଞ୍ଚି ଏବଂ ଜାମସେଦପୁରରେ ଏହି କମ୍ପନ ଅନୁଭୂତ ହୋଇଥିଲା। ତେବେ ଏହି ଭୂକମ୍ପରେ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଚାଲିଆସିଥିଲେ । ଏ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ହିସାବ ମିଳିନି ।
ଶନିବାର ସକାଳେ ଜାମସେଦପୁରର କିଛି ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିଲା । ରାଞ୍ଚିର ତାମାଡରେ ମଧ୍ୟ ଏହି କମ୍ପନ ଅନୁଭୂତ ହୋଇଥିଲା । ଶନିବାର ସକାଳେ ଘଟିଥିବା ଭୂକମ୍ପରେ ପୃଥିବୀ ପ୍ରାୟ ପାଞ୍ଚ ସେକେଣ୍ଡ ପର୍ଯ୍ୟନ୍ତ କମ୍ପନ ଜାରି ରଖିଥିଲା ।
ଚାଇବାସାର ଚକ୍ରଧରପୁରରେ ମଧ୍ୟ ଭୂକମ୍ପକୁ ଭୟ କରି ଲୋକମାନେ ଘରୁ ବାହାରକୁ ଆସିଥିଲେ। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଝାଡଖଣ୍ଡର ଖରସୱାନ ଜିଲ୍ଲା ଠାରୁ ୧୩ କିଲୋମିଟର ଦୂରରେ ଅବସ୍ଥିତ । ଶନିବାର ସକାଳ ୯.୨୦ରେ ଏଠାରେ ଭୂକମ୍ପ ଅନୁଭୂତ ହୋଇଥିଲା ।