କାଶ୍ମୀର ପଣ୍ଡିତଙ୍କ ପାଇଁ ସଂରକ୍ଷଣ ଆସନ ଓ ଜାମ୍ମୁରେ ବଢିବ ସିଟ୍; ଗୃହମନ୍ତ୍ରୀ

Published By : Prameya-News7 Bureau | December 06, 2023 IST

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ବୁଧବାର ଲୋକସଭାରେ ଜାମ୍ମୁ କାଶ୍ମୀର ପୁନର୍ଗଠନ ସଂଶୋଧନ ବିଧେୟକ ଓ ସଂରକ୍ଷଣ ସଂଶୋଧନ ବିଧେୟକ ଉପସ୍ଥାପନ କରିଛନ୍ତି । ଏହା ଉପରେ ଭାଷଣ ଦେଇ ଗୃହମନ୍ତ୍ରୀ କହିଛନ୍ତି ଯେ ଏହି ବିଧେୟକକୁ ମଞ୍ଜୁରୀ ମିଳିବା ପରେ ଜାମ୍ମୁ କାଶ୍ମୀର ବିଧାନସଭାରେ ବିସ୍ଥାପିତ କାଶ୍ମୀର ପଣ୍ଡିତଙ୍କୁ ସଂରକ୍ଷଣ ମିଳିବ । ସେ କହିଛନ୍ତି ଯେ ତିନି ଆସନରେ ବିଧାୟକ ମନୋନୀତ ହେବ । ଦୁଇଟି ଆସନ ବିସ୍ଥାପିତ ପଣ୍ଡିତଙ୍କ ପାଇଁ ସଂରକ୍ଷିତ ରହିବ ଓ ଗୋଟିଏ ଆସନ ପିଓକେରୁ ଆସିଥିବା ବିସ୍ଥାପିତଙ୍କ ପାଇଁ ରହିବ । କାଶ୍ମୀର ପଣ୍ଡିତଙ୍କ ପାଇଁ ଥିବା ଦୁଇ ଆସନରୁ ଗୋଟିଏ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ ।

wp:html /wp:html

ବିଲ୍ ଉପସ୍ଥାପନ ବେଳେ ଅମିତ୍ ଶାହ ବେଶ ଆକ୍ରାମକ ମୁଦ୍ରାରେ ନଜର ଆସିଥିଲେ । ନିଜ ବକ୍ତବ୍ୟରେ ସେ କହିଛନ୍ତି, କାଶ୍ମୀରରେ ଆତଙ୍କବାଦ ଆରମ୍ଭଠୁ ଆଜି ଯାଏ କେହି କିଛି କରି ନଥିଲେ । କିନ୍ତୁ ସେହି ପୀଡିତଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟାୟ ଦେବାକୁ ଉଦ୍ୟମ କରୁଛନ୍ତି । ସେମାନଙ୍କ କଷ୍ଟକୁ ଆମେ କଳ୍ପନା ବି କରିପାରିବା ନାହିଁ । ଯେଉଁମାନେ କାଶ୍ମୀରରୁ ପଳାୟନ କରିବାକୁ ବାଧ୍ୟ ହେଲେ ଓ କୋଟି କୋଟି ଟଙ୍କାର ସମ୍ପତ୍ତି ଛାଡ଼ି ବେଙ୍ଗାଲୁରୁ, ଦିଲ୍ଲୀ ଓ ହାଇଦ୍ରାବାଦ ପରି ସ୍ଥାନରେ ବାସ କଲେ । ସେମାନଙ୍କ ସମ୍ପତ୍ତିକୁ କବଜା କରିନିଆଗଲା । ସେ ସବୁକୁ ମୁକୁଲାଇବା ପାଇଁ ଆମେ ଆଇନ କରିଛୁ ଫଳରେ ସେମାନେ ନିଜ ସମ୍ପତ୍ତି ଫେରି ପାଇବେ । ବିଧାନସଭାରେ ସଂରକ୍ଷଣ ସୂଚନା ଦେଇ ଅମିତ୍ ଶାହ କହିଛନ୍ତି ଯେ ଜାମ୍ମୁରେ ପୂର୍ବେ ୩୭ ଆସନ ଥିଲା ଓ ଏବେ ଏହାକୁ ବଢାଇ ୪୩ କରାଯାଉଛି ।

ସେହିପରି କାଶ୍ମୀରରେ ପୂର୍ବରୁ ଥିବା ୪୬ ଆସନକୁ ବଢାଇ ୪୭ କରାଯାଇଛି । ଏହା ବ୍ୟତୀତ ପିଓକେର ୨୪ ଆସନକୁ ବି ସଂରକ୍ଷଣ ରଖାଯାଇଛି ।୩୭୦ ଉଚ୍ଛେଦ ପରେ ଏହା ସମ୍ଭବ ହୋଇପାରିଛି ବୋଲି ଗୃହମନ୍ତ୍ରୀ ଅମିତ୍ ଶାହ କହିଛନ୍ତି । ଏବେ ଜାମ୍ମୁ କାଶ୍ମୀରରେ ମୋଟ ୧୧୪ ଆସନ ରହିବ, ଏଥିରୁ ୯୦ରେ ନିର୍ବାଚନ ହେବ ଓ ଅନ୍ୟ ୨୪ ଆସନ ପିଓକେ ପାଇଁ ରହିବ ।

wp:html /wp:html

୨୦୧୯ରେ ଧାରା ୩୭୦ ଉଚ୍ଛେଦ ପରେ ଆସିଥିବା ପରିବର୍ତ୍ତନ ଉପରେ ବି ଗୃହମନ୍ତ୍ରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ୧.୬ ଲକ୍ଷ ଲୋକଙ୍କୁ କାଶ୍ମୀରରେ ସ୍ଥାୟୀ ବାସିନ୍ଦାର ପ୍ରମାଣ ପତ୍ର ଦିଆଯାଇଛି । ରାଜ୍ୟରେ ଦଶନ୍ଧି ଦଶନ୍ଧି ରହିବା ପରେ ନାଗରିକତା ମିଳୁ ନଥିଲା । ଏହି ଅବସରରେ ରାହୁଲ ଗାନ୍ଧୀଙ୍କ ଉପରେ କଟାକ୍ଷ କରି ସେ କହିଛନ୍ତି ଇଂଲଣ୍ଡରେ ଛୁଟି ବିତାଇ ଆପଣ କାଶ୍ମୀର ସ୍ଥିତି ଜାଣିପାରିବେ ନାହିଁ । ଅମିତ୍ ଶାହ କହିଛନ୍ତି ଯେ ପିଏମ୍ ମୋଦୀ ପଛୁଆ ବର୍ଗର କଷ୍ଟ ଜାଣିଛନ୍ତି ।

Also Read: ଆପଣଙ୍କ ବୟସ ହୋଇ ସାରିଛି: ଟିଏମସି ସାଂସଦଙ୍କୁ କଡ଼ା ଜବାବ ଦେଲେ ଅମିତ୍ ଶାହ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.