ଝାଡଖଣ୍ଡ ବିଧାୟକଙ୍କ ସୁରକ୍ଷାରେ ନିଯୁକ୍ତ ହେଲେ ଧନୁର୍ଦ୍ଧାରୀ ଗାର୍ଡ଼, କହିଲେ ପ୍ରକୃତ କାରଣ

Published By : Prameya-News7 Bureau | August 16, 2023 IST

ରାଞ୍ଚି ୧୬/୦୮: ସାଧାରଣତଃ ସେଲିବ୍ରିଟି , ବ୍ୟବସାୟୀ, ତଥା ନେତା ମାନେ ନିଜ ସୁରକ୍ଷା ପାଇଁ ବଡିଗାର୍ଡ଼ କିମ୍ବା ବାଉନ୍ସରଙ୍କୁ ନିଯୁକ୍ତି ଦେଇଥାନ୍ତି । ମାତ୍ର ଏବେ ଜଣେ ଏପରି ନେତାଙ୍କ ଖବର ଆସିଛି ଯିଏ ନିଜ ସୁରକ୍ଷା ପାଇଁ ଧନୁର୍ଧାରୀ ଗାର୍ଡ଼ଙ୍କୁ ନିଯୁକ୍ତ କରିଛନ୍ତି । ସେ ହେଉଛନ୍ତି ଝାଡ଼ଖଣ୍ଡ ବିଧାୟକ ଲେବିନ ହେମ୍ବ୍ରମ । ଶାସକ ଦଳର ବିଧାୟକ ହୋଇଥିଲେ ମଧ୍ୟ ନିଜ ସୁରକ୍ଷା ପାଇଁ ଏଭଳି ଅଦ୍ଭୁତ ପଦକ୍ଷେପ ଗ୍ରହଣ କରି ସେ ଚର୍ଚ୍ଚା ପରିସରକୁ ଆସିଛନ୍ତି ।

ଶାସକ ଦଳ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ନିର୍ବାଚନ ଲଢ଼ି ବିଧାୟକ ହୋଇଥିଲେ ଲେବିନ ହେମ୍ବ୍ରମ । କିନ୍ତୁ ସରକାର ଗଠନ ହେବା ଦିନଠୁ ହିଁ ନିଜ ଦଳ ପ୍ରତି ସେ ଅସନ୍ତୁଷ୍ଟ ଅଛନ୍ତି । ସରକାର ଆଦିବାସୀଙ୍କ ମୃତ୍ୟୁକୁ ନେଇ ଚିନ୍ତିତ ନଥିବା , ଅବୈଧ ଖନନ ଆଦି ବିଷୟରେ ସରକାରଙ୍କୁ ବିଧାନ ସଭାରେ ଘେରି ସେ ଦଳର ଅପ୍ରିୟ ହୋଇ ପଡ଼ିଛନ୍ତି ।

ଏବେ ଦଳ ତାଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ପ୍ରଦାନ ନକରିବା ସହ ତାଙ୍କ ବାସଭବନରୁ ହାଉସ ଗାର୍ଡ଼ ମଧ୍ୟ ହଟାଇ ଦେଇଥିବା ସେ ଅଭିଯୋଗ କରିଛନ୍ତି । ଅନ୍ୟ ଉପାୟ ନପାଇ ସେ ଧନୁ ତୀର ଧାରି ଗାର୍ଡ଼ଙ୍କୁ ନିଯୁକ୍ତି ଦେଇଥିବା କହିଛନ୍ତି କାରଣ ଏଥିପାଇଁ କୌଣସି ଲାଇସେନ୍ସର ଆବଶ୍ୟକତା ନାହିଁ । ଏବେ ଧନୁଧାରୀ ଗାର୍ଡ଼ଙ୍କ ସହ ସେ ଚାଲୁଥିବାର ଦୃଶ୍ୟ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

you can also read...

wp:embed {"url":"https://www.prameyanews7.com/amrit-garden-will-open-for-tourists/","type":"wp-embed","providerNameSlug":"prameya-news-7"}
https://www.prameyanews7.com/amrit-garden-will-open-for-tourists/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.