ଭୁବନେଶ୍ବର ୮।୧୧: ବିଚାର ବିଭାଗୀୟ ତଦନ୍ତ ଦାବି ଉପରେ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି, ତଦନ୍ତ ହେବା କଥା । କିନ୍ତୁ ଯେଉଁମାନେ ବିଚାର ବିଭାଗୀୟ ତଦନ୍ତ ଦାବି କରୁଛନ୍ତି, ସେମାନେ ତାଙ୍କ ବିବେକକୁ ପଚାରନ୍ତୁ ତାଙ୍କ କାର୍ଯ୍ୟକଳ ବେଳେ ୨୪ଟି ବିଚାର ବିଭାଗୀୟ ତଦନ୍ତ ହେଲା । କୌଣସି ରିପୋର୍ଟକୁ ସାର୍ବଜନୀନ କଲେ କି ? କେବଳ ଘଟଣାକୁ ଏଡାଇବା ପାଇଁ ବିଚାର ବିଭାଗୀୟ ତଦନ୍ତ କରୁଥିଲେ । ରିପୋର୍ଟକୁ ଶୀତଳ ଭଣ୍ଡାରରେ ରଖି ଦେଉଥିଲେ । ଆମ ସରକାର ଗୋଟିଏ ବିଚାର ବିଭାଗୀୟ ତଦନ୍ତ ନର୍ଦ୍ଦେଶ ଦେଇ ସାରିଲେଣି । ସେ ଆରଡିସି ତଦନ୍ତ ହେଉ କି ଜୁଡ଼ିସିଆଲ ତଦନ୍ତ ହେଉ, ସତ ଉଦଘାଟନ ହେଉ, ସତ୍ୟ ଠାବ ହେବା କଥା । ଘଟଣା ନିଶ୍ଚିତ ଭାବେ ଚିନ୍ତାଜନକ । ଜିଲ୍ଲା ରିପୋର୍ଟ ଆସିଛି । ଆରଡ଼ିସି ତଦନ୍ତ କରୁଛନ୍ତି । ଏବେ କିଛି କହିବା ଠିକ୍ ହେବ ନାହିଁ । କିନ୍ତୁ ଯାହା ବି କାରଣ ଆସିବ ତାର ନିରାକରଣ ତାହା ହିଁ ପ୍ରଥମ କଥା ହେବା ଦରକାର । ହେଲେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଜୁଡ଼ିସିଆଲ କମିଶନ ବସାଇ କୌଣସି ରିପୋର୍ଟ ସାର୍ବଜନୀନ ନକରିବା ପୂର୍ବ ସରକାରଙ୍କ ରାସ୍ତା ଅପବିତ୍ର ଥିଲା ଲକ୍ଷ୍ୟ ଅପବିତ୍ର ଥିଲା ବୋଲି ସୁରେଶ ପୂଜାରୀ କହିଛନ୍ତି ।
You Can Read:
ଭିଜିଲାନ୍ସ ଜାଲରେ ଡାକ୍ତର ଓ ଫାର୍ମାସିଷ୍ଟ, ବିଲ କରାଇଦେବାକୁ କହି ନେଉଥିଲେ ଲାଞ୍ଚ