ଲୁଗା ଶୁଖାଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ସ୍ତ୍ରୀଙ୍କ ମୃତ୍ୟୁ, ବଞ୍ଚାଇବାକୁ ଯାଇ ଚାଲିଗଲା ସ୍ବାମୀଙ୍କ ଜୀବନ

Published By : Prameya-News7 Bureau | October 20, 2024 IST

କାମାକ୍ଷାନଗର ୨୦।୧୦: ଏମିତି ବି ଆସେ ମୃତ୍ୟୁ । ହାତ ଧରି ପରସ୍ପରକୁ ସାତ ଜନମ ପାଇଁ ସାଥି ହୋଇ ରହିବାକୁ ଶପଥ ନେଇଥିଲେ । ଆଉ ହାତ ଧରି ପରସ୍ପର ଆରପାରିକୁ ଚାଲିଗଲେ । ଏମିତି ମୃତ୍ୟୁ ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । 

ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ବାମ୍ ପଞ୍ଚାୟତ ଅନ୍ତର୍ଗତ ରଗଡାସାହିର ଦୁର୍ଯ୍ୟୋଧନ ମହାନ୍ତ ଏବଂ ସ୍ତ୍ରୀ ଭାରତୀ ମହାନ୍ତଙ୍କର ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଛି । ଉଭୟ ଦମ୍ପତ୍ତି ଛତିଶଗଡ଼ ରାଜ୍ୟ କୁର୍ବା ଜିଲ୍ଲା ଅନ୍ତର୍ଗତ କୁସମୁଣ୍ଡା ଗାଁରେ ରହୁଥିଲେ । ସେଠାରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ ଦୁର୍ଯ୍ୟୋଧନ। ଗତ କାଲି ଦିନ ୧୧ ଟା ସମୟରେ ସ୍ତ୍ରୀ ଭାରତୀ ଲୁଗା ଶୁଖାଇବା ପାଇଁ ଛାତ ଉପରକୁ ଯାଇଥିଲେ । ତେବେ ସେଠାରେ ଲୁଗା ଶୁଖାଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ । ଭାରତୀଙ୍କ ଚିତ୍କାର ଶୁଣି ସ୍ୱାମୀ ଦୁର୍ଯ୍ୟୋଧନ ତାଙ୍କୁ ବଞ୍ଚାଇବାକୁ ଆସି ସେ ମଧ୍ୟ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ । ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ସ୍ଥାନୀୟ ଲୋକମାନେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ଉଭୟ ଦମ୍ପତ୍ତିଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଉଭୟ ଦମ୍ପତ୍ତିଙ୍କର ୧୦ ବର୍ଷର ଶିଶୁ ପୁତ୍ର ରହିଛନ୍ତି । ଯିଏକି ଘଟଣା ସମୟରେ ବିଦ୍ୟାଳୟରେ ଥିଲେ। ଉଭୟ ଦମ୍ପତ୍ତିଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମରଶରୀର ବାମ ଗାଁରେ ପହଞ୍ଚିବା ପରେ ଡ୍ରାଇଭର ମହାସଂଘର ସଦସ୍ୟ ଏବଂ ଗ୍ରାମବାସୀ ମାନେ ଗାଁ ଶ୍ମଶାନରେ ଉଭୟ ଦମ୍ପତ୍ତିଙ୍କ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି । ତେବେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁକୁ ନେଇ ସମସ୍ତେ ସ୍ତବ୍ଧ ହୋଇ ଯାଇଛନ୍ତି ।

You Can Read:

ଆସନ୍ତା ୨୩ ତାରିଖ ସୁଦ୍ଧା ବାତ୍ୟା ସମ୍ଭାବନା, ୨୪ରେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁପାରେ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.