ମୁମ୍ବାଇ ୮।୧: ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରଣାୱତ ତାଙ୍କ ଆଗାମୀ ଫିଲ୍ମ ‘ଏମାର୍ଜେନ୍ସୀ’ ଲାଗି ପ୍ରସ୍ତୁତିରେ ବ୍ୟସ୍ତ। ସେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧିଙ୍କୁ ଏହି ଫିଲ୍ମ ଦେଖିବାକୁ ନିମନ୍ତ୍ରଣ କରିଛନ୍ତି। ଏମାର୍ଜେନ୍ସୀ ଫିଲ୍ମ ୧୯୭୫-୧୯୭୭ ପର୍ଯ୍ୟନ୍ତ ଦୀର୍ଘ ୨୧ ମାସର କାହାଣୀ, ଯେଉଁଥିରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଦେଶକୁ ଅନ୍ତରୀଣ ଓ ବାହାରୁ ବିପଦ ଥିବା ଦର୍ଶାଇ ପୁରା ଦେଶରେ ଜରୁରିକାଳୀନ ପରିସ୍ଥିତି ଜାରି କରିଥିଲେ।
ଇନ୍ଦିରାଙ୍କ ଭୂମିକାରେ କଙ୍ଗନା
ଅଭିନେତ୍ରୀ କଙ୍ଗନା ରଣାୱତ ଏହି ଫିଲ୍ମରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଚରିତ୍ରରେ ଅଭିନୟ କରିଛନ୍ତି। ଜାନୁୟାରୀ ୧୭ ତାରିଖରେ ଏହି ଫିଲ୍ମର ଅଲ ଇଣ୍ଡିଆ ରିଲିଜ ହେଉଛି। କଙ୍ଗନା କହିଛନ୍ତି ‘ମୁଁ ପ୍ରିୟଙ୍କା ଗାନ୍ଧିଙ୍କୁ ସଂସଦରେ ଭେଟିଥିଲି। ମୁଁ ତାଙ୍କୁ କହିଥିଲି ଆପଣଙ୍କୁ ‘ଏମାର୍ଜେନ୍ସୀ’ ଦେଖିବା ଦରକାର। ଏହାକୁ ନେଇ ସେ ବେଶ୍ ବିନମ୍ର ଥିଲେ କହିଥିଲେ ହଁ ଠିକ୍ ଅଛି, ଦେଖିବି।’ କଙ୍ଗନା କହିଛନ୍ତି ଏବେ ଦେଖିବାର କଥା ହେଲା ସେ ଫିଲ୍ମ ଦେଖିବାକୁ ଆସୁଛନ୍ତି କି ନା।
1975, Emergency — A Defining chapter in Indian History.
— Kangana Ranaut (@KanganaTeam) January 6, 2025
Indira: India’s most powerful woman. Her ambition transformed the nation, but her #EMERGENCY plunged it into chaos.
🎥 #EmergencyTrailer Out Now! https://t.co/Nf3Zq7HqRx pic.twitter.com/VVIpXtfLov
କଙ୍ଗନା କହିଛନ୍ତି ଯେ କୌଣସି ବ୍ୟକ୍ତିଙ୍କୁ ଚିତ୍ରଣ କରିବା ବହୁତ ସେନସେଟିଭ ଓ ସେନସେବଲ ମାମଲା। ଫିଲ୍ମରେ ମୁଁ ଇନ୍ଦିରାଙ୍କ ଗାରିମାକୁ ବେଶ୍ ଧ୍ୟାନ ଦେଇଛି। ଯେତେବେଳେ ମୁଁ ତାଙ୍କ ସମ୍ପର୍କରେ ରିସର୍ଚ୍ଚ କଲି, ମୁଁ ପାଇଲି ତାଙ୍କ ବ୍ୟକ୍ତିଗତ ଜୀବନ, ସ୍ୱାମୀଙ୍କ ସହିତ ସମ୍ପର୍କ ଓ ବିବାଦ ବ୍ୟତୀତ ବହୁତ କିଛି ରହିଛି, ଯାହା ଉପରେ ଧ୍ୟାନ ଦିଆଯିବା ଜରୁରି।
ଇନ୍ଦିରାଙ୍କ ପ୍ରଶଂସା କରିଛନ୍ତି କଙ୍ଗନା
କଙ୍ଗନା କହିଛନ୍ତି ଯେ ‘ମୁଁ ଭାବିଲି କୌଣସି ବ୍ୟକ୍ତିଙ୍କ ସମ୍ପର୍କରେ ବହୁତ କିଛି ଥାଏ। ଯେବେ କଥା ମହିଳାଙ୍କର ହୋଇଥାଏ, ସେତେବେଳେ ତାଙ୍କ ସମୀକରଣ ମହିଳାଙ୍କ ଆଖପାଖରେ ରହିଯାଏ। ତାଙ୍କର ଅନେକ କିଛି ବିବାଦୀୟ, ହେଲେ ମୁଁ ତାଙ୍କ ଗାରିମାକୁ ଧ୍ୟାନରେ ରଖିଥିଲି। ମୁଁ ଭାବୁଛି ସମସ୍ତଙ୍କୁ ଏହି ଫିଲ୍ମ ଦେଖିବାର ଆବଶ୍ୟକତା ଅଛି।’ କଙ୍ଗନା କହିଛନ୍ତି ଇନ୍ଦିରାଜୀ ବେଶ୍ ଲୋକପ୍ରୀୟ ନେତା ଥିଲେ। ଏମାର୍ଜେନ୍ସୀ କାଳରେ ଯାହା କିଛି ହୋଇଛି ବା କିଛି ଅନ୍ୟ କଥା ଛଡା, ଆହୁରି ବି ବହୁତ କିଛି ରହିଛି। ଯେଉଁଥି ପାଇଁ ଲୋକେ ତାଙ୍କୁ ଆଜି ବି ମନେ ପକାନ୍ତି। ତିନି ଥର ପ୍ରଧାନମନ୍ତ୍ରୀ ହେବା କିଛି ଛୋଟ କଥା ନୁହେଁ। ଲୋକେ ତାଙ୍କୁ ମାନୁଥିଲେ ବୋଲି କଙ୍ଗନା କହିଛନ୍ତି।