ନୂଆଦିଲ୍ଲୀ: ଆମେରିକାରେ କାଲିଫର୍ଣ୍ଣିଆରେ ଭୟଙ୍କର ଅଗ୍ନିକାଣ୍ଡ । ଲସ୍ ଏଞ୍ଜଲ୍ସ ଜଙ୍ଗଲରେ ଭୀଷଣ ନିଆଁ ଲାଗିଛି । ପବନ ଗତି ସହିତ ନିଆଁ ସହର ମୁହାଁ ହୋଇ ବ୍ୟାପିବାରେ ଲାଗିଛି । ଏହି ଜଙ୍ଗଲ ନିଆଁରେ ବର୍ତ୍ତମାନ ସୁଦ୍ଧା ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ନିଆଁ ପ୍ରାୟ ୫ହଜାର ଏକର ଜଙ୍ଗଲରେ କାୟା ମେଲାଇଛି । ୭୦ ହଜାର ଲୋକଙ୍କୁ ରେସକ୍ୟୁ କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏକ ହଜାରରୁ ଅଧିକ ଘର ଜଳିପୋଡ଼ି ପାଉଁଶ ହୋଇଯାଇଥିବା ସୂଚନା ରହିଛି ।
ନ୍ୟୁଜ୍ ଏଜେନ୍ସି ମୁତାବକ, ଜୋର୍ରେ ପବନ ଯୋଗୁ ନିଆଁ ଲିଭାଇବାରେ ସମସ୍ୟା ଉପୁଜୁଛି । ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାରେ ଯଥା ସମ୍ଭବ ଉଦ୍ୟମ ଜାରି ରଖିଛି । ପବନ ଯୋଗୁ ଜଙ୍ଗଲ ନିଆଁ ଖୀପ୍ରଗତିରେ ବ୍ୟାପିବାରେ ଲାଗିଛି । ସୂଚନା ଅନୁଯାୟୀ, ମଙ୍ଗଳବାର ଲସ୍ ଏଞ୍ଜଲ୍ସ ଜଙ୍ଗଲରେ ନିଆଁ ଲାଗିଥିବା ଘଟଣା ସାମ୍ନାକୁ ଆସିଥିଲା । ଏବେ ଏହା ପ୍ରାୟ ୫ ହଜାର ଏକର ଜମିରେ କାୟା ମେଲାଇଛି । ଜଙ୍ଗଲ ନିଆଁ ବିଶେଷ କରି ପ୍ରଶାନ୍ତ ମହାସାଗରୀୟ ଉପକୂଳରେ କ୍ଷତି ପହଞ୍ଚାଇଛି ।
ଜଙ୍ଗଲ ନିଆଁ ଲସ୍ ଏଞ୍ଜଲ୍ସର ଅନ୍ୟଏକ ଅଞ୍ଚଳରେ ମଧ୍ୟ ଲାଗିଛି । ପାସାଡେନା ନିକଟରେ ଅଲ୍ତାଡେନାରେ ପ୍ରାୟ ୨ ହଜାର ଏକର ଜମିରେ ବ୍ୟାପିଛି । ତେବେ ଏହି ଭୀଷଣ ନିଆଁରେ ପ୍ରାୟ ୨ଜଣଙ୍କ ମୃତ୍ୟୁ ହୋଇଥିଲା ସୂଚନା ରହିଛି । ଲସ୍ ଏଞ୍ଜଲ୍ସର ଉତ୍ତର-ପଶ୍ଚିମ ସୋନା ଫର୍ଣ୍ଣାଡୋ ଘାଟିର ସିଲମାର ମଧ୍ୟରେ ନିଆଁ ବ୍ୟାପିବାରେ ଲାଗିଛି । ପ୍ରାୟ ୫ଶହ ଏକର ଅଞ୍ଚଳ ନିଆଁର ଆଁ ଭିତରକୁ ଆସିଛି । ନିଆଁ ନିୟନ୍ତ୍ରଣ କରିବାକୁ ପ୍ରାୟ ୫ ୟୁଏଏସ ବନସେବା ବିଭାଗର ଏୟାର ଟ୍ୟାଙ୍କର ନିୟୋଜିତ କରାଯାଇଛି । ସେହିପରି ଅଗ୍ନିଶମ ବାହିନୀର ୧୦ ହେଲିକପ୍ଟର ମଧ୍ୟ ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି । ଜୋର୍ରେ ପବନ ବହୁଥିବାରୁ ନିଆଁକୁ ଅୟତ୍ତ କରିବାରେ ମୁସ୍କିଲ୍ ହେଉଛି ।...