ରବିବାର ବି କାମ କରିବାକୁ କହିଲେ ଏଲ୍ ଆଣ୍ଡ ଟି ସିଇଓ: ରାଗିଲେ ଦୀପିକା, କହିଲେ- ମେଣ୍ଟାଲ ହେଲ୍ଥ ବି ଜରୁରି

Published By : Prameya-News7 Bureau | January 09, 2025 IST

internet

ନୂଆଦିଲ୍ଲୀ: ଦେଶର ବିଭିନ୍ନ ଶିଳ୍ପପତି ବର୍ତ୍ତମାନ ଅଧିକ କାମ କରିବାକୁ ପରାମର୍ଶ ଦେଉଛନ୍ତି। ନିକଟରେ ନାରାୟଣ ମୂର୍ତ୍ତି ଦେଶର ଲୋକଙ୍କୁ ଅଧିକ କାମ କରିବାର ଅଛି ବୋଲି କହି ଚର୍ଚ୍ଚାରେ ରହିଥିଲେ। ଏବେ ଲାର୍ସେନ୍ ଆଣ୍ଡ ଟୁବ୍ରୋ(ଏଲ୍ଆଣ୍ଡ ଟି) ସିଇଓ ଏସଏନ୍ ସୁବ୍ରମଣିୟନ ମଧ୍ୟ ୱାର୍କ ଲାଇଫ ବାଲାନ୍ସ ନେଇ କିଛି ଏଭଳି ବୟାନ ଦେଇଛନ୍ତି। ରବିବାର ବି କାମ କରିବା ପାଇଁ ଆସିବାକୁ ସେ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି। 

ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଥିବା ବେଳେ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ କିନ୍ତୁ ଏହାକୁ କଡ଼ା ସମାଲୋଚନା କରିଛନ୍ତି। ବରିଷ୍ଠ ଲୋକମାନେ ଏଭଳି ବୟାନ ଦେବା ଆଶ୍ଚର୍ଯ୍ୟକର ବୋଲି ଦୀପିକା କହିଛନ୍ତି। 

ଗୁରୁବାର କର୍ମଚାରୀଙ୍କ ସହିତ ବୈଠକ ବେଳେ ସୁବ୍ରମଣୟମ ପରାମର୍ଶ ଦେଇ କହିଥିଲେ ଯେ କର୍ମଚାରୀମାନେ ସପ୍ତାହରେ ୭ଦିନ ଓ ୯୦ ଘଣ୍ଟା କାମ କରିବାକୁ ଇଚ୍ଛା ପ୍ରକାଶ କରିବା ଦରକାର। ଏନେଇ ସେ କହିଥିଲେ “ ମୋତେ ଦୁଃଖ ଲାଗେ ଯେ ମୁଁ ତୁମକୁ ରବିବାର କାମ କରାଇ ପାରୁ ନାହିଁ। ଯଦି ଆପଣମାନେ ପାରୁଛନ୍ତି ତେବେ ରବିବାର ବି କାମ କରନ୍ତୁ। ମୁଁ ଅଧିକ ଖୁସି ହେବି। ଘରେ ବସି କ’ଣ କର ? କେତେ ସମୟ ନିଜ ପତ୍ନୀକୁ ଚାହିଁ ରହି ପାରିବ?”

ସୁବ୍ରମଣିୟମଙ୍କର ଏହି ବୟାନ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ। ସେ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ ଶେୟାର କରି ସୁବ୍ରମଣିୟମଙ୍କ ବୟାନକୁ ଆଶ୍ଚର୍ଯ୍ୟଜନକ ବୋଲି କହିଛନ୍ତି। ଦୀପିକା ତାଙ୍କ ଇନ୍‌ଷ୍ଟା ପୋଷ୍ଟରେ ୱାର୍କ ଲାଇଫ ବାଲାନ୍ସ ଓ ମାନସିକ ସ୍ୱାସ୍ଥ୍ୟବସ୍ଥାକୁ ଗୁରୁତ୍ୱ ଦେଇଛନ୍ତି। 

ଦୀପିକା ଲେଖିଛନ୍ତି “ଏତେ ବରିଷ୍ଠ ପଦବୀରେ ଥିବା ଲୋକମାନେ ଏପରି ବୟାନ ଦେଉଛନ୍ତି ଦେଖିଲେ ଆଶ୍ଚର୍ଯ୍ୟଜନକ।” ଏହାପରେ ସେ ମେଣ୍ଟାଲ ହେଲ୍ଥ ମେଟର ହ୍ୟାସ୍ ଟ୍ୟାଗ୍‌ରେ ଲେଖିଛନ୍ତି। ଅର୍ଥାତ୍ ମାନସିକ ସ୍ୱାସ୍ଥ୍ୟବସ୍ଥା ଗୁରୁତ୍ୱ ରହିଛି ବୋଲି ସେ ଦର୍ଶାଇଛନ୍ତି। 

ଏହା ପୂର୍ବରୁ ୨୦୨୩ରେ ଇନଫୋସିସ୍ ସହ-ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ସପ୍ତାହକୁ ୭୦ ଘଣ୍ଟା କାମ କରିବାକୁ ପରାମର୍ଶ ଦେଇଥିଲେ। ଯାହାକୁ ନେଇ ସେ ସମାଲୋଚନାର ଶିକାର ହୋଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.