ଅଫିସ୍‌ ପାର୍କିଂରେ ଯୁବତୀଙ୍କୁ ନିର୍ମମ ହତ୍ୟା କଲା ସହକର୍ମୀ, ଦେଖଣାହାରୀ ସାଜିଲେ ଲୋକେ

Published By : Prameya-News7 Bureau | January 09, 2025 IST

News7

ପୁଣେ: ସାଥୀ ହୋଇ ଏକ କମ୍ପାନିରେ କାମ କରୁଥିଲେ ଯୁବକ-ଯବତୀ। ଯୁବତୀ ଜଣକ ପାର୍କିଂ  ଲଟ୍‌କୁ ଆସୁଥିବା ବେଳେ ତାଙ୍କ ପୁରୁଷ ସହକର୍ମୀ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ଆକ୍ରମଣ ବେଳେ ସମସ୍ତେ ଦେଖଣାହୀରୀ ସାଜିଥିଲେ। ହେଲେ ବଞ୍ଚାଇବାକୁ କେହିବି ଆସିନଥିଲେ। ଆଉ ଶେଷରେ ଯୁବତୀଙ୍କ ପ୍ରାଣ ଚାଲିଯାଇଥିଲା। ଏଭଳି ଘଟଣା ଘଟିଛି ପୁଣେ ସହରରେ। 

କୃଷ୍ଣ ଓ ଶୁଭଦା। ପୁଣେର ୟେରାୱାଡାରେ ଥିବା WNS Global ନାମକ ଗୋଟିଏ ବିପିଓରେ ଆକାଉଣ୍ଟାଣ୍ଟ ଭାବେ କାମ କରନ୍ତି। ସେହି ଅଫିସରେ ମଧ୍ୟ କାମ କରନ୍ତି ୨୮ ବର୍ଷୀୟ ଶୁଭଦା। ଉଭୟଙ୍କ ମଧ୍ୟରେ ବେଶ ଭଲ ବନ୍ଧୁତା ରହିଥିଲା। ଶୁଭଦା ବିଭିନ୍ନ ସମୟରେ ତାଙ୍କ ବାପାଙ୍କ ଚିକିତ୍ସା ଆଳରେ କୃଷ୍ଣଙ୍କ ଠାରୁ ଟଙ୍କା ଧାର କରିଥିଲେ।

ଯେତେବେଳେ କୃଷ୍ଣ ଧାର ଟଙ୍କା ମାଗିଥିଲେ ବାପାଙ୍କ ଅସୁସ୍ଥ କଥା କହି ମନା କରିଦେଇଥିଲେ। ଏହାକୁ ଦେଖି କୃଷ୍ଣ ଙ୍କ ସନ୍ଦେହ ବଢ଼ିଥିଲା। ତାଙ୍କ ବାପା ଅସୁସ୍ଥ କି ନାହିଁ, ସେକଥା ଜାଣିବା ପାଇଁ କୃଷ୍ଣ ଶୁଭଦାଙ୍କ ଗାଁରେ ପହଞ୍ଚି ଯାଇଥିଲେ। ସେଠାରେ ତାଙ୍କ ବାପା ପୂରା ସୁସ୍ଥ ଥିବା ଜାଣିବାକୁ ପାଇଥିଲେ। ଏହାପରେ କୃଷ୍ଣଙ୍କ ରାଗ ଚରମ ସୀମାରେ ପହଞ୍ଚିଥିଲା।

ମଙ୍ଗଳବାର ସନ୍ଧ୍ୟା ୬ଟା ବେଳେ କୃଷ୍ଣ ଫୋନ କରି ଶୁଭଦାଙ୍କୁ ଅଫିସ ପାର୍କିଂକୁ ଡାକିଥିଲେ। ସେଠାରେ ସେ ତାଙ୍କୁ ଟଙ୍କା ମାଗିଥିଲେ। ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। କୃଷ୍ଣ ଗୋଟିଏ ଚାପଡ଼ରେ ଶୁଭଦାଙ୍କୁ ବାରମ୍ବାର ଆକ୍ରମଣ କରି ଚାଲିଥିଲେ। ସବୁଠୁ ବଡ଼ କଥା ହେଲା ଲୋକେ ଘଟଣାର ରେକର୍ଡିଂ କରିଥିଲେ ବି ପାଖକୁ ଯାଇନଥିଲେ। ଶୁଭଦା ତଳେ ପଡ଼ିବା ପରେ ଚାପଡ଼ ଫୋପାଡି ଦେଇଥିଲେ କୃଷ୍ଣ। ଏହାପରେ କିଛି ଲୋକ ତାଙ୍କୁ କାବୁ କରିବା ସହ ମାଡ଼ ମାରିଥିଲେ।

ଶୁଭଦାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍‌ ଏହି ଘଟଣାରେ ୩୦ ବର୍ଷୀୟ କୃଷ୍ଣ କନୋଜାଙ୍କୁ ଗିରଫ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.