ସାଂସଦ ହେବା ପରେ ମନେ ପଡିଲା ପୁରୁଣା ସ୍ମୃତି ! କହିଲେ- ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବା ବହୁତ ସହଜ..

Published By : Prameya-News7 Bureau | June 14, 2024 IST

ନୂଆଦିଲ୍ଲୀ ୧୪।୦୬; ନିକଟରେ ଶେଷ ହୋଇଥିବା ସାଧାରଣ ନିର୍ବାଚନରେ ହିମାଚଳ ପ୍ରଦେଶର ମଣ୍ଡୀରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ଅଭିନେତ୍ରୀ କଙ୍ଗନା ରଣାୱତ । ଏକ ସଦ୍ୟ ସାକ୍ଷାତକାରରେ ସେ କହିଛନ୍ତି, କ୍ୟାରିଅର୍‌ର ପ୍ରଥମ ଫିଲ୍ମ ‘ଗ୍ୟାଙ୍ଗ୍‌ଷ୍ଟର’ ପରେ ତାଙ୍କୁ ରାଜନୀତିରେ ଯୋଗ ଦେବାକୁ ଅଫର୍‌ ଆସିଥିଲା । ରାଜନୀତି ଓ ଅଭିନୟ ମଧ୍ୟରେ କେମିତି ସନ୍ତୁଳନ ରକ୍ଷା କରିବେ, ସେ ବିଷୟରେ ମଧ୍ୟ କଙ୍ଗନା ଖୋଲା କଥା ହୋଇଛନ୍ତି । ଦ ହିମାଚଳ ପଡ୍‌କାଷ୍ଟ୍‌ ସହ ବାର୍ତ୍ତାଳାପରେ କଙ୍ଗନା କହିଛନ୍ତି, ତାଙ୍କ ପରିବାରକୁ ଅନେକ ଥର ସ୍ଥାନୀୟ ରାଜନୈତିକ ନେତାଙ୍କ ତରଫରୁ ରାଜନୀତିରେ ଯୋଗ ଦେବାକୁ ଅଫର୍‌ ଆସିଥିଲା । 

ଫିଲ୍ମ ‘ଗ୍ୟାଙ୍ଗ୍‌ଷ୍ଟର’ ପରେ ତାଙ୍କୁ ଟିକଟ ଅଫର୍‌ ହୋଇଥିଲା । ତାଙ୍କ ଅଣ ଜେଜେ ବିଧାୟକ ଥିଲେ । ସେହି ଦୃଷ୍ଟିରୁ ତାଙ୍କ ପରିବାର ବହୁ ପୂର୍ବରୁ ରାଜନୀତିରେ ସକ୍ରିୟ ରହିଛି । ତାଙ୍କ ବାପାଙ୍କୁ ଏବଂ ତାଙ୍କ ଭଉଣୀ ରଙ୍ଗୋଲିଙ୍କୁ ଏସିଡ୍‌ ମାଡ଼ ପରେ ରାଜନୀତିରେ ଯୋଗ ଦେବାକୁ ଅଫର୍‌ ଆସିଥିଲା ବୋଲି କଙ୍ଗନା କହିଛନ୍ତି । ସେ ଆହୁରି କହିଛନ୍ତି ‘୨୦୧୯ ମସିହାରେ ମୋତେ ରାଜନୀତିରେ ଯୋଗ ଦେବାକୁ ଅଫର୍‌ ମିଳିଥିଲା । ମୁଁ ଏହାକୁ ବ୍ରେକ୍‌ ରୂପେ ଦେଖୁନାହିଁ । ଏହା ମୋ ପାଇଁ ଅତ୍ୟନ୍ତ ଜଟିଳ ନିଷ୍ପତ୍ତି ଥିଲା । ମୁଁ ଏଥିପାଇଁ ପ୍ରସ୍ତୁତ । ଈଶ୍ୱର ଓ ମଣ୍ଡୀ ବାସିନ୍ଦା ମୋତେ ଏହି ସୁଯୋଗ ଦେଇଛନ୍ତି । ମୁଁ ନିରାଶ କରିବି ନାହିଁ ।’ 

ରାଜନୀତି ଓ ଅଭିନୟରେ ସନ୍ତୁଳନ ବିଷୟରେ କଙ୍ଗନା କହିଛନ୍ତି ‘ମୁଁ ପାସନ୍‌କୁ ଅନୁସରଣ କରୁଥିବା ଜଣେ ମଣିଷ । କଳାକାର, ଲେଖିକା, ନିର୍ଦ୍ଦେଶିକା ଓ ପ୍ରଯୋଜିକା ଭାବେ ଫିଲ୍ମ ଉଦ୍ୟୋଗରେ ରହିଛି । ସେହିପରି ରାଜନୀତି କ୍ୟାରିଅର୍‌ରେ ବି ମୋ ଦ୍ୱାରା ଯାହା ସମ୍ଭବ ହେବ, କରିବି । ତେବେ ଏ କଥା ସ୍ୱୀକାର କରୁଛି ଯେ ଫିଲ୍ମରେ କାମ କରିବା ରାଜନୀତି କରିବାଠୁ ଅଧିକ ସହଜ ।’ ରାଜନୀତି ପାଇଁ ଫିଲ୍ମ ଛାଡ଼ିପାରନ୍ତି ବୋଲି କଙ୍ଗନା ପୂର୍ବରୁ ସଙ୍କେତ ଦେଇଥିଲେ । ତାଙ୍କ ଅପ୍‌କମିଙ୍ଗ ଫିଲ୍ମରେ ରହିଛି ‘ଏମର୍ଜେନ୍ସି’ । ଏଥିରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ନଜର ଆସିବେ । ସେ ନିଜେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.