କରାଚି ବିଶ୍ବର ବିପଦଜନକ ସହର; ଫୋବର୍ସ ଆଡଭାଇଜରୀ ରିପୋର୍ଟରେ ୬୦ ସହର ତାଲିକା ଜାରି

Published By : Prameya-News7 Bureau | July 27, 2024 IST

ନୂଆଦିଲ୍ଲୀ: ଆତଙ୍କବାଦକୁ ନେଇ ବିଶ୍ବ ବଦନାମ୍ ପାକିସ୍ତାନ । ଏନେଇ ଏଫଏଟିଏଫ ପଡୋଶୀ ଦେଶରୁ ବାରମ୍ବାର ଗ୍ରେ-ଲିଷ୍ଟ କରିଛି । ଏବେ ଫୋବର୍ସ ଆଡଭାଇଜରୀ ତାଲିକାରେ ପୁଣି ଥରେ ବଦନାମ୍ ହୋଇଛି । ପର୍ଯ୍ୟଟନ ସୃଷ୍ଟିରୁ ପାକିସ୍ତାନର କରାଚି ସହର ବିପଦପୂର୍ଣ୍ଣ । ସାରା ବିଶ୍ବରେ ଦ୍ବିତୀୟ ବିପଦପୂର୍ଣ୍ଣ ସିଟି ଭାବେ ଫୋବର୍ସ ଆଡଭାଇଜରୀ ଲିଷ୍ଟରେ ରହିଛି । ୧୦୦ ରେଟିଂରୁ କରାଚିକୁ ୯୩.୧୨ ପଏଣ୍ଟ ମିଳିଛି ।  ଏହି ତାଲିକାର ପ୍ରଥମ ସ୍ଥାନରେ ରହିଥି ଭେନିଜୁଏଲାର କାରାକସ ସହର । ତୃୀତୟ ସ୍ଥାନରେ ମିଆଁମାରର ୟାନଗୋନ ସହର ରହିଛି । ରିପୋର୍ଟ ମୁତାବକ ଏହି ସବୁ ସହର ପର୍ଯ୍ୟଟକଙ୍କ ପାଇଁ ବେଶି ବିପଦପୂର୍ଣ୍ଣ ସ୍ଥାନ । ଏଠାରେ ଅପରାଧ, ହିଂସା, ଆତଙ୍କୀ ଧମକ, ପ୍ରକୃତିକ ବିପର୍ଯ୍ୟୟ ଏବଂ ଆର୍ଥିକ ସମସ୍ୟାର ସବୁବେଳେ ଡର ରହିଥାଏ ।...

ଡନ୍ ନ୍ୟୁଜ୍ ପେପର ମୁତାବକ ଆମେରିକା ଗୃହମନ୍ତ୍ରାଳୟ ସୁରକ୍ଷା ଦୃଷ୍ଟିରୁ ପର୍ଯ୍ୟଟକଙ୍କ ପାଇଁ ବିପଦପୂର୍ଣ୍ଣ ସହର ଗୁଡ଼ିକର ତାଲିକା ଜାରି କରିଛନ୍ତି । ଏହି ଲିଷ୍ଟରେ ପାଡୋଶୀ ପାକିସ୍ତାନର କରାଚି ସହର ଦ୍ବିତୀୟ ବିପଦପୂର୍ଣ୍ଣ ସହର ଭାବେ ଦର୍ଶାଯାଇଛି । କରାଚିର ଇନଫ୍ରାଷ୍ଟ୍ରକଚର ଏବଂ ସୁରକ୍ଷା ବ୍ୟବସ୍ଥାକୁ ଚତୁର୍ଥ ସ୍ଥାନ ଦିଆଯାଇଛି । ଫୋବର୍ସ ଆଡଭାଇଜରୀ ରିପୋର୍ଟରେ ୬୦ ମାନକ ଆଧାରରେ ୬୦ ସହର ରାଙ୍କିଂ ଜାରି କରାଯାଇଛି । ଏହା ପୂର୍ବରୁ ମଧ୍ୟ କରାଚି ବିପଦପୂର୍ଣ୍ଣ ସହର ଭାବେ ଲିଷ୍ଟ୍ ଜାରି ହୋଇଥିଲା । କରାଚି ରହିବା ପାଇଁ ଯୋଗ୍ୟ ସ୍ଥାନ ନୁହେଁ ବୋଲି ଏଥିରେ କୁହାଯାଇଛି ।

୨୦୧୭ରେ କରାଚିକୁ ସବୁଠାରୁ ସୁରକ୍ଷିତ ସ୍ଥାନ କୁହାଯାଉଥିଲା । ଫୋବର୍ସ ଆଡଭାଇଜରୀ ପରେ ଇକୋନୋମିଷ୍ଟ ଗ୍ରୁର ମଧ୍ୟପେ କରାଚିକୁ ବିପଦପୂର୍ଣ୍ଣ ସହର ବୋଲି କହିଛି । ପାକିସ୍ତାନର ସବୁଠାରୁ ବଡ଼ ସହର କରାଚି । କିଛି ଦିନ ପୂର୍ବରୁ ଏଠାରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ ୫ଜଣ ପ୍ରାଣ ହରାଇଥିଲେ ।...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.