'ଏକ ଦେଶ, ଏକ ନିର୍ବାଚନ' ନିଷ୍ପତ୍ତି ବିରୋଧରେ କେରଳ, ବିଧାନସଭାରେ ପ୍ରସ୍ତାବ ପାରିତ

Published By : Prameya-News7 Bureau | October 10, 2024 IST

ନୂଆଦିଲ୍ଲୀ: କେରଳ ବିଧାନସଭା ସାରା ଦେଶରେ ଏକାସଙ୍ଗରେ ନିର୍ବାଚନ କରାଇବା ନେଇ କେନ୍ଦ୍ରର ନିଷ୍ପତ୍ତି ବିରୋଧରେ ପ୍ରସ୍ତାବ ପାରିତ କରିଛି । ଗୁରୁବାର ସର୍ବସମ୍ମତିରେ ଏହି ପ୍ରସ୍ତାବ ପାରିତ ହୋଇଛି । ଏହି ପ୍ରସ୍ତାବରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ସୁପାରିସ ହୋଇଥିବା ‘ଏକ ରାଷ୍ଟ୍ର,ଏକ ନିର୍ବାଚନ’ ପ୍ରସ୍ତାବକୁ ମଞ୍ଜୁରୀ ଦେବା ନିଷ୍ପତ୍ତିକୁ ଫେରାଇବା ନେବା ପାଇଁ ଅପିଲ୍ କରାଯାଇଛି । ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କ ତରଫରୁ ରାଜ୍ୟର ସଂସଦୀୟ ବ୍ୟାପାର ମନ୍ତ୍ରୀ ଏମଭି ରାଜେଶ ଏହି ପ୍ରସ୍ତାବ ଉପସ୍ଥାପନ କରିଥିଲେ । ବିଧାନସଭାରେ ମନ୍ତ୍ରୀ କହିଥିଲେ ଯେ ଏହି ପ୍ରସ୍ତାବ ଦେଶର ସଂଘୀୟ ବ୍ୟବସ୍ଥାକୁ ଦୁର୍ବଳ କରିବ ଏବଂ ଭାରତର ସଂସଦୀୟ ଲୋକତନ୍ତ୍ରକୁ କ୍ଷତି ପହଞ୍ଚାଇବ ।

ମନ୍ତ୍ରୀ ଏମଭି ରାଜେଶ କହିଛନ୍ତି, 'ଏହି ପଦକ୍ଷେପ ଅସାମ୍ୱିଧାନିକ ଏବଂ ସାମ୍ୱିଧାନିକ ମୂଲ୍ୟବୋଧକୁ ବିରୋଧ କରୁଛି । ଏହା ଆରଏସ୍‌ଏସ୍‌ ଏବଂ ବିଜେପିର ଏଜେଣ୍ଡାକୁ ଲାଗୁ କରିବା ପାଇଁ ପ୍ରୟାସ ହେଉଛି ।' ୟୁଡିଏଫ ବିଧାୟକଙ୍କ ଦ୍ୱାରା ପ୍ରସ୍ତାବରେ କିଛି ସଂଶୋଧନକୁ ମନ୍ତ୍ରୀ ସ୍ୱୀକାର କରିଛନ୍ତି ।

ରାଜ୍ୟର ସଂସଦୀୟ ବ୍ୟାପାର ମନ୍ତ୍ରୀ ରାଜେଶ କହିଛନ୍ତି ଯେ ଏହି ନିଷ୍ପତ୍ତି ଜନାଦେଶର ଉଲ୍ଲଂଘନ, ସେମାନଙ୍କ ଗଣତାନ୍ତ୍ରିକ ଅଧିକାରକୁ ଚ୍ୟାଲେଞ୍ଜ ଦେଉଛି ଏବଂ ନିର୍ବାଚନ କରାଇବା ମାମଲାରେ ରାଜ୍ୟର ଶକ୍ତି ହନନ ହେଉଛି । ସେ ଯୁକ୍ତି ରଖିଛନ୍ତି ଯେ ସମିତି ଲୋକସଭା, ରାଜ୍ୟ ବିଧାନସଭା ଏବଂ ସ୍ଥାନୀୟ ନିର୍ବାଚନକୁ ଖର୍ଚ୍ଚ ରୂପେ ଦେଖୁଛି ଏବଂ ଏହା କରିବା ଅଗଣତାନ୍ତ୍ରିକ ଅଟେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.