ଥିରୁଭନନ୍ତପୁରମ: କେରଳର ୯ଟି ବିଶ୍ୱବିଦ୍ୟାଳୟର ଭାଇସ ଚାନସେଲରଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଲେ କେରଳ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ। ସୁପ୍ରିମକୋର୍ଟଙ୍କୁ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରି କେରଳ ରାଜ୍ୟପାଳ ଏପରି ନିର୍ଦ୍ଦେଶ ଦେଇଥିବା କେରଳ ରାଜ୍ୟଭବନ ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଚିଠି ଲେଖି ଏହି ନିର୍ଦ୍ଦେଶ ଦିଆଯାଇଛି। ଅକ୍ଟୋବର ୨୪ ତାରିଖ ଦିନ ୧୧.୩୦ ସୁଧା ଏହି ବିଶ୍ୱବିଦ୍ୟାଳୟ ଭାଇସ ଚାନସେଲରମାନଙ୍କୁ ଇସ୍ତଫା ଦେବାକୁ ଚିଠିରେ କୁହାଯାଇଛି। କେବଳ ଚିଠି ନୁହେଁ ୟୁନିଭର୍ସିଟିକୁ ମେଲ୍ ଯୋଗେ ମଧ୍ୟ କୁହାଯାଇଛି।
ଚିଠି ହୋଇଥିବା ୯ଟି ୟୁନିଭର୍ସିଟି ହେଲା- ୟୁନିଭର୍ସିଟି ଅଫ୍ କେରଳ, ମହାତ୍ମା ଗାନ୍ଧୀ ୟୁନିଭର୍ସିଟି, କୋଚିନ ୟୁନିଭର୍ସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜୀ, କେରଳ ୟୁନିଭର୍ସିଟି ଅଫ୍ ଫିସରିଜ୍ ଆଣ୍ଡ ଓସିନ ଷ୍ଟଡିଜ୍, କାନପୁର ୟୁନିଭର୍ସିଟି, ଏପିଜେ ଅବଦୁଲ କଲାମ ଟେକ୍ନୋଲୋଜୀ ୟୁନିଭର୍ସିଟି। ଶ୍ରୀ ସଂକାଚାର୍ଯ୍ୟ ୟୁନିଭର୍ସିଟି ଅଫ୍ ସଂସ୍କୃତ, ୟୁନିଭର୍ସିଟି ଅଫ୍ କଲିକଟ ଏବଂ ଥୁଞ୍ଚଥ ଏଜୁଥାଚାନ୍ ମାଲାୟାଲମ୍ ବିଶ୍ୱବିଦ୍ୟାଳୟ।
ଖବର ଅନୁସାରେ, ପୂର୍ବରୁ ସୁପ୍ରିମକୋର୍ଟର ଡ. ଏପିଜେ ଅବଦୁଲ କଲାମ ଟେକ୍ନିକାଲ ୟୁନିଭର୍ସିଟି(କେଟିୟୁ)ର ଭିସି ପାଇଁ ଡ. ରାଜଶ୍ରୀ ଏମ୍ଏସ୍ଙ୍କ ନିଯୁକ୍ତିକୁ ରଦ୍ଦ କରିଥିଲେ। କାରଣ ନିୟମ ଅନୁସାରେ, ୟୁନିଭର୍ସିଟି ଗ୍ରାଣ୍ଟ କମିଶନଙ୍କ ଅନୁସାରେ, ଭିସି ନିଯୁକ୍ତି ପାଇଁ ସର୍ଚ୍ଚ କମିଟି ଅତି କମ୍ରେ ୩ ଜଣ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ଦେବା ଉଚିତ୍। ହେଲେ ରାଜଶ୍ରୀ ଜଣେ ମାତ୍ର ପ୍ରାର୍ଥୀ ଥିଲେ। ଏଥିପାଇଁ ନିୟମ ଦୃଷ୍ଟିରୁ ସୁପ୍ରିମକୋର୍ଟ ତାଙ୍କ ନିଯୁକ୍ତିକୁ ଖାରଜ କରିଦେଇଛନ୍ତି।
ଭିସି ନିଯୁକ୍ତି ନେଇ କେରଳ କ୍ଷମତାସୀନ ଦଳ ଏଲ୍ଡିଏଫ୍ ନଭେମ୍ବର ମାସରେ ରାଜ୍ୟପାଳଙ୍କ ବିରୋଧରେ ବିକ୍ଷୋଭ କରିଥିଲେ। ଏହାପରେ କଥା ସୁପ୍ରିମକୋର୍ଟ ଯାଇଥିଲା।