ନୂଆଦିଲ୍ଲୀ: କାନାଡ଼ାକୁ ମିଳିପାରେ ପ୍ରଥମ ହିନ୍ଦୁ ପ୍ରଧାନମନ୍ତ୍ରୀ । ଜଷ୍ଟିନ ଟ୍ରୁଡୋଙ୍କ ଇସ୍ତଫା ପରେ ଖଲିସ୍ତାନୀ ଗଡ଼ରେ ପ୍ରଥମ ଭାରତୀୟ ବଂଶଦ୍ଭୋବ ପ୍ରଧାନମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ଏଥିରେ ଦୁଇ ଜଣ ଭାରତୀୟଙ୍କ ନାଁ ସାମିଲ୍ ରହିଛି । କାନାଡ଼ାର ସର୍ବୋଚ୍ଚ ପଦ ପାଇଁ ଚନ୍ଦ୍ର ଆର୍ଯ୍ୟ ଏବଂ ଅନିତା ଆନନ୍ଦ ଦାବିଦାର ଅଛନ୍ତି । ଦୁଇ ଜଣ ମୂଳ ଭାରତୀୟ ଏବଂ ହିନ୍ଦୁ ସାଂସଦ । କାନାଡ଼ାର ପରିବହନ ମନ୍ତ୍ରୀ ଥିବା ଅନିତା ଆନନ୍ଦଙ୍କୁ ଜଷ୍ଟିନ ଟ୍ରୁଡୋଙ୍କ ପ୍ରମୁଖ ଉତ୍ତରାଧିକାରୀ ଭାବେ ଦେଖାଯାଉଛି । ଏହାଛଡ଼ା ଡୋମିନିକ୍ ଲେବ୍ଲାଂକ, କ୍ରିଷ୍ଟିୟା ପ୍ରିଲାଣ୍ଡ, ମେଲାନୀ ଜୋଲି, ଫ୍ରାଙ୍କାଇସ୍-ଫିଲିପ୍ ଚମ୍ପେନ ଏବଂ ମାର୍କ କାର୍ନିଙ୍କ ନାଁ ମଧ୍ୟ ବିଚାରଧୀନ ରହିଛି ।
ଅନିତା ଆନନ୍ଦ ୨୦୧୯ରେ ଓରବିଲ୍ ସଂସଦୀୟ କ୍ଷେତ୍ରରୁ ସଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ଏହା ପରେ ତାଙ୍କୁ ସଧାରଣ ସେବା, ପ୍ରତିରକ୍ଷା ମନ୍ତ୍ରୀ ଏବଂ ଟ୍ରଜେରୀ ବୋର୍ଡର ଦାୟିତ୍ବ ଦିଆଯାଇଥିଲା । ୨୦୨୪ରେ ଟ୍ରୁଡୋ ସରକାରରେ ତାଙ୍କୁ ପରିବହନ ଏବଂ ଅନ୍ତଃରାଜ୍ୟ ବ୍ୟାପାର ମନ୍ତ୍ରୀ ଭାବେ ନିଯୁକ୍ତି କରାଯାଇଥିଲା । ଅନିତା ଆନନ୍ଦଙ୍କ ଜନ୍ମ ୧୯୬୭ ମସିହା ମେ’ ୨୦ ତାରିଖରେ ନୋଭା ସ୍କୋଟିୟାର କଣ୍ଟାବିଲରେ ହୋଇଥିଲା । ୧୯୮୫ରେ ସେ ଅଣ୍ଟୋରିୟାରେ ରାଜନୀତି ବିଜ୍ଞାନ ଶିକ୍ଷା ଆରମ୍ଭ କରିଥିଲେ । ପରେ ଅକ୍ସଫୋର୍ଡ ବିଶ୍ବି ବିଦ୍ୟାଳୟରୁ ଜୁରିସପ୍ରୁଡେନ୍ସରେ ବି.ଏ ଅନର୍ସ କରିଥିଲେ । ଏହାପରେ ଡେଲହାଉସୀ ବିଶ୍ବବିଦ୍ୟାଳୟ ଏବଂ ୟୁନିଭର୍ସିଟି ଅଫ୍ ଟରାଣ୍ଟୋରେ ଆଇନପାଠରେ ସ୍ନାତକ ଏବଂ ସ୍ନାତକତ୍ତୋର କରିଥିଲେ ।
ସେହିପରି ଭାରତୀୟ ବଂଶଦ୍ଭୋବ ତଥା କାନାଡ଼ା ସାଂସଦ ଚନ୍ଦ୍ର ଆର୍ଯ୍ୟ ଲିବେରାଲ୍ ପାର୍ଟିର ନେତୃତ୍ବ ପାଇଁ ନିର୍ବାଚନ ଲଢ଼ିବେ । ଏନେଇ ସେ ଘୋଷଣା ମଧ୍ୟ କରିଛନ୍ତି । ଚନ୍ଦ୍ର ଆର୍ଯ୍ୟ କାନାଡ଼ାକୁ ଏକ ସଂପ୍ରଭୁତା ରାଷ୍ଟ୍ରରେ ପରିଣତ କରିବା, ଅବସର ସମୟ ସୀମା ବୃଦ୍ଧି, ନାଗରିକତା ଆଧାରିତ ଶୁଳ୍ପ ପ୍ରଣାଳୀ ଆରମ୍ଭ କରିବା ଏବଂ ଫିଲିସ୍ତାନୀ ରାଜ୍ୟକୁ ମାନ୍ୟତା ଦେବା ପାଇଁ ଦାବି କରିଥିଲେ । କର୍ଣ୍ଣାଟକରେ ଜନ୍ମ ଓଟାଓ୍ବା ସଂସଦ ଗୁରୁବାର ଏକ ଗୁରୁତ୍ବପୂର୍ଣ୍ଣ ବୟାନ ଦେଇଥିଲେ । ଏଥିରେ ସେ କହିଥିଲେ, କାନାଡ଼ାକୁ ଏକ ସ୍ବୟଂପ୍ରଭୁତା ଗଣରାଜ୍ୟରେ ପରିଣତ କରିବାକୁ ଚାହୁଁଛନ୍ତି । କାନାଡା ପାଇଁ ନିଜ ଭାଗ୍ୟକୁ ପୂରା ନିୟନ୍ତ୍ରଣକୁ ନେବାକୁ ସମୟ ଆସିଯାଇଛି ବୋଲି ସେ କହିଛନ୍ତି ।....