ଏହି ବାବାଙ୍କ ଧର୍ମ ବାଣୀ ଶୁଣିବାକୁ ଆସି ଦଳା ଚକଟାରେ ଚାଲିଗଲା ୧୦୭ ଜୀବନ: କିଏ ଏହି ବାବା ଜାଣନ୍ତୁ

Published By : Prameya-News7 Bureau | July 02, 2024 IST

indiatoday

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ହାଥରସ ଦଳାଚକଟାରେ ମୃତ୍ୟୁ ସଖ୍ୟା ୧୦୭ ପାର୍ କରିଛି। ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି। ସତସଂଗ ଶୁଣିବାକୁ ଆସି ଏତେ ଲୋକଙ୍କ ମୃତ୍ୟ ହେବା ଘଟଣା ସାରା ଦେଶକୁ ଚକ୍କିତ କରିଛି। ହାଥରସ ସିକନ୍ଦରାବାଦ ଥାନା ଫୁଲରଇ ଗାଁରେ ଏହି ସତସଂଗ ହେଉଥିଲା। ଭୋଲେ ଭାବା ନାମକ ଜଣେ ବାବା ଏହି ସତସଂଗ କରିଥିଲେ। ଯାହାଙ୍କର କଥା ଶୁଣିବାକୁ ଶତାଧିକ ଲୋକ ଏକାଠି ହୋଇଥିଲେ। ଏବେ ଶତାଧିଙ୍କ ଶ୍ରଦ୍ଧାଳୁଙ୍କ ମୃତ୍ୟ ହେବା ପରେ କିଏ ଏହି ଫୁଲରଇ ବାବା ଯାହାଙ୍କୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ ହୋଇଯାଇଛି।
କିଏ ଏହି ଭୋଲେ ବାବା?
ଭୋଲେ ବାବା ଓରଫ ନାରାୟଣ ସରକାର ହରି ବା ସାକାର ବିଶ୍ୱ ହରି। ତେବେ  ଭୋଲେ ବାବେ ଭାବରେ ସେ ଖୁବ୍ ପରିଚିତ। ଭୋଲେ ବାବାଙ୍କ ଘର ଏଟା ଜିଲ୍ଲା ପଟିଆଲା ତହସିଲ ବାହାଦୁର ଗାଁରେ। ସେ ପୂର୍ବରୁ ଉତ୍ତର ପ୍ରଦେଶ ପୁଲିସର ଗୁଇନ୍ଦା ବିଭାଗ(ଇଣ୍ଟେଲିଜେନ୍ସ ବ୍ୟୁରୋ)ରେ କାମ କରି ସାରିଛନ୍ତି ବୋଲି ଦାବି କରନ୍ତି। 
ଭୋଲେ ବାବାଙ୍କ କହିବା ଅନୁସାରେ, ୨୬ ବର୍ଷ ତଳେ ସେ ଗୁଇନ୍ଦା ବିଭାଗର ସରକାରୀ ଚାକିରି ଛାଡ଼ି ଦେଇ ଧାର୍ମିକ ଉପଦେଶ ଦେବା ଆରମ୍ଭ କରିଥିଲେ। ଆଜି ସାରା ଭାରତରେ ତାଙ୍କ ଲକ୍ଷାଧିକ ଅନୁଗାମୀ ରହିଛନ୍ତି। ପଶ୍ଚିମ ଉତ୍ତର ପ୍ରଦେଶ, ହରିଆଣା, ରାଜସ୍ଥାନ ଓ ଦିଲ୍ଲୀରେ ତାଙ୍କର ଅନୁଗାମୀ ରହିଛନ୍ତି।
ସୂଚନା ଥାଉକି ଆଜିକାଲିର ମଡର୍ଣ୍ଣ ବାବାଙ୍କ ପରି ଭୋଲେ ଭାବା କିନ୍ତୁ ସୋସିଆଲ ମିଡିଆରେ ସକ୍ରିୟ ନାହାନ୍ତି। ତାଙ୍କର କୌଣସି ଅଫିସିଆଲ ସୋସିଆଲ୍ ମିଡିଆ ଆକାଉଣ୍ଟ ନାହିଁ। ତାଙ୍କର ଅନୁଗାମୀଙ୍କ କହିବା କଥା ହେଲା ତାଙ୍କ ଉପଦେଶ ଲୋକଙ୍କ ଉପରେ ତୃଣମୂଳସ୍ତରରେ ପ୍ରଭାବ ପକାଏ।
ସୂଚନା ଥାଉକି ପ୍ରତିମଙ୍ଗଳବାର ଉତ୍ତର ପ୍ରଦେଶର ଅଲିଗଡ଼ରେ ଭୋଲେ ଭାବାଙ୍କ ଧର୍ମ ଉପଦେଶ କାର୍ଯ୍ୟକ୍ରମ ହୋଇଥାଏ। ଏହାକୁ ଶୁଣିବାକୁ ଶତାଧିକ ଲୋକେ ଆସିଥାନ୍ତି। ଶୃଙ୍ଖଳା ଓ ଖାଦ୍ୟପାନୀୟ ପାଇଁ ତାଙ୍କର ଭଲ୍ୟୁଣ୍ଟରମାନେ କାର୍ଯ୍ୟ କରନ୍ତି। ସୂଚନା ଥାଉକି କୋଭିଡ୍ ସମୟରେ କଟକଣା ହେତୁ ବାବା ୫୦ ଲୋକଙ୍କ ପାଇଁ ସତସଂଗ କରିବେ ବୋଲି ଅନୁମତି ମାଗିଥିଲେ। ହେଲେ ସେଠାରେ ୫୦ ହଜାର ଲୋକ ଏକାଠି ହୋଇଯାଇଥିଲେ। ଯାହାକୁ ନେଇ  ଚର୍ଚ୍ଚାର ପରିସରକୁ ଆସିଥିଲେ ଭୋଲେ ବାବା।
ରିପୋର୍ଟ ଅନୁସାରେ, ସତସଂଗ ସରିବା ପରେ ଲୋକେ ଯେତେବେଳେ ନିଜ ନିଜ ସ୍ଥାନକୁ ଫେରିବାକୁ ବାହାରିଲେ ସେତବେଳେ ବାବାଙ୍କ ଭଲ୍ୟୁଣ୍ଟରମାନେ ଲୋକମାନଙ୍କୁ ଅଟକାଇ ଦେଇଥିଲେ। ଆଗ ବାବା ଓ ତାଙ୍କ ଟିମ୍ ବାହାରି ଯାଇ ସାରିବା ପରେ ସେମାନେଙ୍କୁ ଛଡ଼ା ଯାଇଥିଲା। ସେତେବେଳକୁ ଗରମ ଓ ଜାମ୍‌ରେ ଲୋକମାନଙ୍କ ଅବସ୍ଥା ଖରାପ ହୋଇଯାଇଥିଲା। ବାବା ଯିବା ପରେ ଯେତେବେଳେ ଲୋକଙ୍କୁ ଯିବାକୁ ଅନୁମତି ମିଳିଲା ଯିଏ ଜୁଆଡ଼େ ପାରିଲେ ଶୀଘ୍ର ଶୀଘ୍ର ଯିବାକୁ ଆରମ୍ଭ କରିଦେଲେ। ଏହାପରେ ଦଳାଚକଟା ଆରମ୍ଭ ହୋଇଯାଇଥିଲା। 
ସବୁଠାରୁ ବଡ଼ କଥା ହେଲା ସତସଂଗ ଶୁଣିବାକୁ ବହୁ ସଂଖ୍ୟାରେ ଲୋକ ଆସିଥିଲେ। ଏମିତିକି ସୋରିଶ ବୁଣିବାକୁ ମଧ୍ୟ ଜାଗା ନଥିଲା। ଜଣେ ପ୍ରତ୍ୟକ୍ଷଦର୍ଶୀ ସକୁନ୍ତଳା ଦେବୀ ନାମକ ଜଣେ ମହିଳା ଘଟଣା ବେଳର ଦୃଶ୍ୟ ପିଟିଆକୁ ପ୍ରତିକ୍ରିୟା ଦେଇ କହିଛନ୍ତି।  ତାଙ୍କ କହିବା ଅନୁସାରେ, ଲୋକେ ତରବର ହୋଇ ବାହାରିବା ବେଳେ ପରସ୍ପର ଉପରେ ପଡ଼ି ଯାଇଥିଲେ। ତେବେ ଅତ୍ୟଧିକ ଲୋକ ଜମା ହୋଇଥିବାରୁ ଏହି ଦଳଚକଟା ଆରମ୍ଭ ହୋଇଥିଲା ବୋଲି ସିକନ୍ଦରା ରାଓ ପୁଲିସ ଷ୍ଟେସନ ଏସ୍‌ଏଚ ଓ ଆଶିଷ କୁମାର କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.