ବୁଲେଟ ପ୍ରୁଫ କାରକୁ ବି ଭେଦିଗଲା ଗୁଳି! ଜାଣନ୍ତୁ ଏହି ପିସ୍ତଲ କାହିଁକି ଖାସ, ଯେଉଁଥିରେ ହୋଇଛି ବାବା ସିଦ୍ଦିକୀଙ୍କ ହତ୍ୟା

Published By : Prameya-News7 Bureau | October 13, 2024 IST

ନୂଆଦିଲ୍ଲୀ ୧୩।୧୦: ମହାରାଷ୍ଟ୍ରରେ ଏନସିପି ନେତା ବାବା ସିଦ୍ଦିକୀ ହତ୍ୟା ପରେ ୯.୯ ଏମଏମ ପିସ୍ତଲର ଚର୍ଚ୍ଚା ଏବେ ସାରା ଦେଶରେ। ଏହା ସେହି ପିସ୍ତଲ ଯାହାର ଗୁଳି ନା କେବଳ ବୁଲେଟ ପ୍ରୁଫ କାରକୁ ଭେଦିଛି ଟାର୍ଗେଟକୁ ମଧ୍ୟ ନିମିଷେକରେ ମୃତ୍ୟୁର ନିଦ ସୁଆଇ ଦେଇଛି। ସାଧାରଣତଃ ଏପରି ପିସ୍ତଲ ଅର୍ଦ୍ଧସାମରିକ ବଳ ଓ ପୋଲିସର ବ୍ୟବହାରରେ ଆସିଥାଏ, ହେଲେ ବି ଗ୍ୟାଙ୍ଗଷ୍ଟରଙ୍କର ଏହା ପ୍ରଥମ ପସନ୍ଦ ପାଲଟିଛି। 

୯୦ ଦଶକରେ ଉତ୍ତର ଭାରତର ସବୁଠୁ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଶ୍ରୀ ପ୍ରକାଶ ଶୁକ୍ଳା ଏକେ-୪୭ ଅପେକ୍ଷା ଏହି ପିସ୍ତଲ ଉପରେ ଅଧିକ ଭରସା କରୁଥିଲା। ଖାସ ଏଥି ପାଇଁ ଶ୍ରୀପ୍ରକାଶ ଶୁକ୍ଳା ନିଜ ସହ ସବୁ ବେଳେ ଦୁଇଟି ୯.୯ ଏମଏମ ପିସ୍ତଲ ରଖୁଥିଲା। ଏହି ପ୍ରସଙ୍ଗରେ ଆମେ ଏହି ୯.୯ ଏମଏମ ପିସ୍ତଲର ବିଶେଷତା ଉପରେ ଆଲୋଚନା କରିବା। ଭାରତରେ ଏହି ପିସ୍ତଲକୁ ପ୍ରଥମ ଥର ୧୯୮୧ରେ ବ୍ୟବହାର କରାଯାଇଥିଲା। ପଶ୍ଚିମବଙ୍ଗର ଇଶାପୁର ଅର୍ଡିନାନ୍ସ ଫ୍ୟାକ୍ଟ୍ରିରେ ଏହି ପିସ୍ତଲକୁ ଜନ ଇଂଲିସ୍ ଆଣ୍ଡ କମ୍ପାନୀ ସହଯୋଗରେ ତିଆରି କରାଯାଇଥିଲା। 

ଦଙ୍ଗା ଓ ଏନକାଉଣ୍ଟର ଆବଶ୍ୟକତାକୁ ଧ୍ୟାନରେ ରଖି ଏହି ପିସ୍ତଲକୁ ଡିଜାଇନ କରାଯାଇଛି। ଏହି ପିସ୍ତଲରୁ ୩ ଗଜ ଦୂରରେ ଥିବା ଟାର୍ଗେଟକୁ ଯେତିକି ସଠିକ ଲକ୍ଷ୍ୟ କରାଯାଇ ପାରେ ୫୦ ଗଜ ଦୂରର ଟାର୍ଗେଟକୁ ବି ସେତିକି ସଠିକ ଲକ୍ଷ୍ୟ କରାଯାଇ ପାରେ। ସଠିକ ଲକ୍ଷର ବଡ଼ କାରଣ ହେଉଛି ସୁଟିଂ କରିବା ବେଳେ ଏହି ପିସ୍ତଲ ଝଟକା କମ ଦେଇଥାଏ। ଏହି କାରଣରୁ ପିସ୍ତଲରୁ ଟାର୍ଗେଟ କରିବା ବେଳେ ହାତ ହଲିବାର ସମ୍ଭାବନା କମ ଥାଏ। ଏଣୁ କେହି ଚାହିଁରେ ଦୁଇଟି ହାତରେ ଏଥିରୁ ୨ଟି ପିସ୍ତଲ ଧରି ମଧ୍ୟ ଗୁଳି ଚାଳନା କରିପାରେ। 

ଏହି ପିସ୍ତଲର ଆହୁରି ଏକ ବଡ ଗୁଣ ହେଉଛି ଏହାର ଫାୟରିଂ ସ୍ପିଡ। ପିସ୍ତଲର ମ୍ୟାଗଜିନରେ ମୋଟ ୧୩ ରାଉଣ୍ଡ ଥାଏ। ଏହି ପିସ୍ତଲ ବ୍ୟବହାର କରୁଥିବା ବ୍ୟକ୍ତି ଚାହିଁଲେ ଥରକେ ୧୩ ରାଉଣ୍ଡ ଫାୟାର କରିପାରେ ଓ ଗୋଟିଏ ଗୋଟିଏ କରି ମଧ୍ୟ ମ୍ୟାଗଜିନ ଖାଲି କରିପାରେ। ଏହା ସହିତ ଏହି ପିସ୍ତଲର ସିକ୍ୟୁରିଟି ଫିଚର ମଧ୍ୟ ଆଶ୍ଚର୍ଯ୍ୟଜନକ। କୁହାଯାଏ ଯଦି ଟ୍ରିଗର ଲକ୍ ଥାଏ ପିସ୍ତଲ ଲୋଡ ଥାଇ ଖସିପଡିଲେ ବି ଫାୟାର ହୁଏ ନାହିଁ। 

ଯେଉଁ ପର୍ଯ୍ୟନ୍ତ ଏହି ପିସ୍ତଲରୁ ଆକ୍ରମଣର କଥା ଉଠୁଛି ଏହେ ବାବାସିଦ୍ଦିକୀଙ୍କ କ୍ଷେତ୍ରରେ ଦେଖାଯାଇଛି। ପିସ୍ତଲର ଗୁଳି ନା କେବଳ ବୁଲେଟପ୍ରୁଫ କାରର ବଡିକୁ ଭେଦିଛି ୱିଣ୍ଡସ୍କ୍ରିନକୁ କଣା କରି ଟାର୍ଗେଟରେ ଲାଗିଛି। ଫଳେ ବାବା ସିଦ୍ଦିକୀଙ୍କୁ ଦୁର୍ବୃତ୍ତ ଅକ୍ଳେଶରେ ହତ୍ୟା କରି ଫେରାର ହୋଇଯାଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.