ଧନ ପ୍ରାପ୍ତିର ଯୋଗ ରହିଛି, ନୂତନ କାର୍ଯ୍ୟ କିମ୍ବା ବ୍ୟବସାୟ ଆରମ୍ଭ ପାଇଁ ଦିନଟି ଉତ୍ତମ ରହିବ

Published By : Prameya-News7 Bureau | June 17, 2024 IST

ମେଷ- ଉଚ୍ଚ ସମ୍ମାନର ଅଧିକାରୀ ହେବେ । କାର୍ଯ୍ୟ କ୍ଷେତ୍ରରେ ତପ୍ତର ହେବେ । ବାହ୍ୟ ସ୍ଥାନରୁ ମାନ-ସମ୍ମାନ ମିଳିବ । ପୁରୁଣା ମିତ୍ରଙ୍କୁ ଭେଟି ଆନନ୍ଦ ପାଇବେ ହେଲେ ମଧ୍ୟ ଆର୍ଥିକ ସମସ୍ୟା ଦେଖାଦେଇପାରେ । ବିଦ୍ୟାର୍ଥୀ ମାନେ ଲାଭବାନ ହେବେ ।

ବୃଷ- ମନରେ ସାମାନ୍ୟ କ୍ରୋଧ ବୃଦ୍ଧି ହେବ । ଆତ୍ମବିଶ୍ୱାସ ପୂର୍ଣ୍ଣ ହେବେ । ରାଜନୀତିରେ ଉନ୍ନତି ଯୋଗ ରହିଛି । ଯାନର ଆନନ୍ଦ ବୃଦ୍ଧି ପାଇପାରେ । ପିଲାମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଚାକିରିରେ ବିଦେଶୀ ଯାତ୍ରାକୁ ଯାଇପାରନ୍ତି କର୍ମ କ୍ଷେତ୍ରରେ ସଫଳତାର ସମ୍ଭାବନା ଅଛି ।

ମିଥୁନ- ଆର୍ଥିକ ସ୍ଥିତିରେ ଅବନତି ଘଟିବ । ମନ ପରାଧୀନ ହୋଇ ରହିବ । କର୍ମ କ୍ଷେତ୍ରରେ କିଛି ସମସ୍ୟା ଦେଖାଦେଇପାରେ । ହେଲେ ମଧ୍ୟ ଦିନଟିରେ ରୋଜଗାର ଉତ୍ତମ ହେବ । ବ୍ୟବସାୟ ଭଲ ହେବ । ପ୍ରେମ ସମ୍ପର୍କରେ ମଧୁରତା ଆସିବ । କର୍ତ୍ତବ୍ୟ ପରାୟଣ ହେବେ ।

କର୍କଟ- ମାନହାନି ହେବାର ଯୋଗ ରହିଛି । ଅଙ୍ଗରେ ଆଘାତ ଲାଗିପାରେ । କୌଣସି ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ନଷ୍ଟ କରି ଦୁଃଖ ପ୍ରକାଶ କରିବେ। ପିଲାମାନଙ୍କଠାରୁ ଭଲ ଖବର ପାଇବେ। କୌଣସି ଦ୍ରବ୍ୟ ନଷ୍ଟ କରି ଦୁଃଖ ପ୍ରକାଶ କରିବେ ।

ସିଂହ- ମନ ପ୍ରଫୁଲ୍ଲ ରହିବ । କିଛି ନୂତନ କାର୍ଯ୍ୟ ବା ବସ୍ତୁ ପାଇ ଅଧିକ ଉତ୍ସାହିତ ହେବେ । ଉଚ୍ଚ ସମ୍ମାନ ପ୍ରାପ୍ତି ହେବ । ନୂତନ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି । ବାର୍ତ୍ତାଳାପରେ ଶାନ୍ତ ରୁହନ୍ତୁ । ବ୍ୟବସାୟ ବିସ୍ତାର ପାଇଁ ଆପଣ ପରିବାରରୁ ଆର୍ଥିକ ସହାୟତା ପାଇପାରିବେ  ।

କନ୍ୟା- ମନ ବ୍ୟକୁଳିତ ରହିବ । କିଛି ଆର୍ଥିକ ସମସ୍ୟାକୁ ନେଇ ଅସନ୍ତୋଷ ପ୍ରକାଶ କରିପାରନ୍ତି । ବ୍ୟବସାୟରେ ଏତେ ଲାଭର ଯୋଗ ନାହିଁ । ପରିବାରରେ ସମସ୍ୟା ଦେଖା ଦେଇପାରେ । ଆତ୍ମ ବିଶ୍ୱାସ ବଜାୟ ରଖନ୍ତୁ । ପରିଶ୍ରମ ଅଧିକ ହେବ ।

ତୁଳା- ଉଚ୍ଚ ସମ୍ମାନର ଅଧିକାରୀ ହେବେ । ଭ୍ରମଣର ଯୋଗ ରହିବ । ମନ ପ୍ରଫୁଲ୍ଲ ଓ ଉତ୍ସାହିତ ରହିବ । କର୍ମ କ୍ଷେତ୍ରରେ ସର୍ବଜନ ପ୍ରିୟ ହେବେ । ବ୍ୟବସାୟ ସମ୍ବନ୍ଧୀୟ ବିଷୟ ପ୍ରତି ସାବଧାନ ରୁହନ୍ତୁ । ବିଦ୍ୟାର୍ଥୀମାନଙ୍କ ଦ୍ଵାରା କିଛି ନୂତନ କାର୍ଯ୍ୟ ସମ୍ପନ୍ନ ହେବ । 

ବିଛା- ଗୃହରେ ଅଧିକ କାର୍ଯ୍ୟ ଭାର ରହିବ । ବ୍ୟସ୍ତ ରହିବେ ।  ଅଯଥା ଅର୍ଥ ବ୍ୟୟ ହେବ । ମାନସିକ ସ୍ଥିତି ଠିକ୍ ରହିବ ନାହିଁ । କିଛି ଭୁଲ ନିଷ୍ପତ୍ତି ମଧ୍ୟ ନେଇପାରନ୍ତି । ଏକା ସହ ଏକାଧିକ କାର୍ଯ୍ୟରେ ଯୋଗଦାନ କରିବେ । 

ଧନୁ- ଧନ ପ୍ରାପ୍ତିର ଯୋଗ ରହିଛି । କିଛି ନୂତନ କାର୍ଯ୍ୟ ବା ବ୍ୟବସାୟ ଆରମ୍ଭ କରିବା ପାଇଁ ଦିନଟି ବହୁତ ଉତ୍ତମ ରହିବ । ସର୍ବ କାର୍ଯ୍ୟ ସଫଳତା ପୂର୍ବକ ସମାପ୍ତ ହେବ । ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଛାତ୍ରଛାତ୍ରୀଙ୍କ ମନୋବଳ ଦୃଢ଼ ହେବ ।

ମକର- ଭ୍ରମଣର ଯୋଗ ରହିଛି । ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଯାହା ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବ । ଭଲ କର୍ମର ଫଳ ନିଶ୍ଚୟ ପ୍ରାପ୍ତ ହେବ । ବ୍ୟବସାୟରେ ଯାତ୍ରା ଯୋଗ ରହିଛି । ଚାକିରିରେ ଉଚ୍ଚ ସ୍ଥାନ ପ୍ରାପ୍ତି ହେବ ।

କୁମ୍ଭ- ସେବା ପୂଜାରେ ମନୋନିବେଶ କରିବେ । ମନରେ ବିଷାଦ ସୃଷ୍ଟି ହୋଇପାରେ । ବନ୍ଧୁଙ୍କ ପାଇଁ ନୂତନ କାର୍ଯ୍ୟ କ୍ଷେତ୍ରରେ ଯୋଗଦାନ କରିବେ । ମନ ସାମାନ୍ୟ ଚିନ୍ତିତ ରହିବ । ସୁସମ୍ବାଦ ପାଇ ଖୁସି ହେବେ । ଭ୍ରମଣର ଯୋଗ ରହିଛି ।

ମୀନ- ଶାରୀରିକ କଷ୍ଟ ଅନୁଭବ କରିବେ । ମନ ଅଶାନ୍ତ ରହିବ । କାର୍ଯ୍ୟ ହାନି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ମନରେ ଆଶା ଏବଂ ନିରାଶାର ଭାବନା ରହିପାରେ । ମାଆଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଜୀବନସାଥୀଙ୍କ ସମର୍ଥନ ପାଇବ । ଖର୍ଚ୍ଚ ବୃଦ୍ଧି ପାଇବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.