ନୂଆଦିଲ୍ଲୀ: କୋଲକାତା ସରକାରୀ ମେଡିକାଲ କଲେଜର ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ଅଭିଯୁକ୍ତ ଦୋଷ ସ୍ୱୀକାର କରିଛି। ସଞ୍ଜୟ ରାୟ ଡାକ୍ତରଙ୍କୁ ଦୁଷ୍କର୍ମ କରିବା ପରେ ଅମାନୁଷିକ ଭାବେ ହତ୍ୟା କରିଛି। କିନ୍ତୁ ପୁଅ ଏପରି କରିନାହିଁ ବରଂ ପୋଲିସର ଚାପରେ ପଡ଼ି ପୁଅ ଦୋଷ ସ୍ୱୀକାର କରିଥିବା କହିଛନ୍ତି ସଞ୍ଜୟଙ୍କ ମାଆ।
Also Read: ଜୁନିୟର ଡାକ୍ତରଙ୍କୁ ହତ୍ୟା ଘଟଣା; ଆବାସିକ ଡାକ୍ତର ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା
ଗିରଫ ହୋଇଥିବା ସଞ୍ଜୟ ରୟଙ୍କୁ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ତାଙ୍କ ପଡୋଶୀ। କହିଛନ୍ତି ସଞ୍ଜୟ ଚାରିଥର ବିବାହ କରିଥିଲେ। ତାଙ୍କର ନିର୍ଯାତନା ଓ ଅସଦାଚଣ ପାଇଁ ତିନିଜଣ ପତ୍ନୀ ଛାଡି ଚାଲିଯାଇଥିଲେ। ଗତ ବର୍ଷ ତାଙ୍କର ଚତୁର୍ଥ ପତ୍ନୀ କର୍କଟ ରୋଗରେ ମୃତ୍ୟୁ ବରଣ କରିଥିଲେ।
Also Read: ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା; ଡାକ୍ତର ସଂଘର ହରତାଳ, OPD ବନ୍ଦ ଡାକରା
ଅଭିଯୁକ୍ତ ସଞ୍ଜୟ ରାୟ ପୋଲିସ କଲ୍ୟାଣ ବୋର୍ଡର ସହାୟକ ଭାବେ କାର୍ଯ୍ୟ କରୁଥିଲା। ପଚରାଉଚରା ବେଳେ ଅଭିଯୁକ୍ତ ସବୁ ସତ ମାନିଛି । ଅପରାଧୀ ସଞ୍ଜୟ ରାୟର ମୋବାଇଲକୁ ପୋଲିସ ଜବତ କରଛି । ସେଥିରୁ ଅଶ୍ଳୀଳ ଭିଡିଓ ମିଳିଥିବା ସୂଚନା ରହିଛି। ତଦନ୍ତ ବେଳେ ପୋଲିସ ମେଡିକାଲ କଲେଜର ସିସିଟିଭି ଫୁଟେଜ୍ ଯାଞ୍ଚ କରିଛି । ଏଥିରେ ଭୋର୍ ପ୍ରାୟ ୪ଟା ସମୟରେ ସେ ହସ୍ପିଟାଲରୁ ବାହାରୁ ଥିବାର ଭିଡିଓ ଦେଖିବାକୁ ମିଳିଛି । ଧାରା-୬୪, ଧାରା ୧୦୩ରେ ମାମଲା ରୁଜୁ ହୋଇଛି ।