ଭିକ ମଗାଇବା ପାଇଁ ନାବାଳକଙ୍କୁ ଅପହରଣ : ଧରାପଡ଼ିଲେ ଦୁଇ ଅଭିଯୁକ୍ତ, ନାବାଳକ ଉଦ୍ଧାର

Published By : Prameya-News7 Bureau | October 11, 2024 IST

ନୂଆପଡା ୧୧।୧୦: ୫ ବର୍ଷର ନାବାଳକକୁ ଅପହରଣର ୧୦ ଦିନ ପରେ ହାଇଦ୍ରାବାଦରୁ ଉଦ୍ଧାର କଲା କୋମନା ପୋଲିସ । ଏହା ସହ ଦୁଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲଣ କଲା ପୋଲିସ । ଉଦ୍ଧାର ନାବାଳକ କୋମନା ଥାନା ଲୋହଣ୍ଡୋପାଲି ଗ୍ରାମର ବୋଲି ଜଣାପଡିଛି । 

ସୂଚନାଯୋଗ୍ୟ ଯେ, ଗତ ମାସ ୩୦ ତାରିଖ ଦିନ ବଲାଙ୍ଗୀର ଜିଲ୍ଲା ଲାଠୋର ବଜାରକୁ ଯାଇ ନାବାଳିକା ନିଖୋଜ ହୋଇଥିଲେ । କୋମନା ଥାନାରେ ଏନେଇ ମାମଲା ରୁଜୁ ହୋଇଥିଲା । ପରେ ନୂଆପଡା ଏସପି ଗୁନ୍ଦାଲା ରାଘବେନ୍ଦ୍ର ରେଡ୍ଡୀଙ୍କ ନିର୍ଦ୍ଦେଶରେ ଏକ ଦଳ ଗଠନ କରିବା ସହ ତଦନ୍ତ ଜାରି ରଖିଥିଲେ । ଶେଷରେ ସୁଦୂର ହାଇଦ୍ରାବାଦର ରାଜକୋନା ପୋଲିସ ସାହାଯ୍ୟରେ ରାମୋଜୀ ଫିଲ୍ମ ସିଟି ନିକଟରେ ଦୁଇ ଅଭିଯୁକ୍ତଙ୍କ ସହ ନାବାଳକକୁ ଉଦ୍ଧାର କରିଥିଲା କୋମନା ପୋଲିସ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନୂଆପଡା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଇନ୍ଦ୍ରମଣି ବେହେରା । ଦୁଇ ଅଭିଯୁକ୍ତଙ୍କ ମଧ୍ଯରୁ ଜଣେ ନୂଆପଡା ଜିଲ୍ଲା ଲଖନା ଥାନା ବାଞ୍ଜିପଡାର ହୋଇଥିବା ବେଳେ ଅଭିଯୁକ୍ତ ଯୁବତୀ ଜଣକ ବଲାଙ୍ଗୀର ଜିଲ୍ଲା ତୁରକେଲା ଥାନା ମଣ୍ଡଳ ଗ୍ରାମର । ନାବାଳକକୁ ଭିକ ମଗାଇବା ପାଇଁ ଅପହରଣ କରିଥିବା ଦୁଇ ଅଭିଯୁକ୍ତ ସ୍ୱୀକାର କରିଛନ୍ତି ।

You Can Read:

ରାଉରକେଲା ଦୁର୍ଗାପୂଜାରେ ଅଘଟଣ : ରାମଦୋଳି ଛିଣ୍ଡି ସ୍ଵାମୀ-ସ୍ତ୍ରୀ ଓ ପୁଅ ଗୁରୁତର

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.