ସବୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର, ବାତ୍ୟା ପାଇଁ ବନ୍ଦ ଥିଲା

Published By : Prameya-News7 Bureau | October 25, 2024 IST

କୋଣାର୍କ ୨୫।୧୦: ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର । ବାତ୍ୟା ‘ଦାନା’ ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗତ ୨୪ ଓ ୨୫ ତାରିଖ ସୂର୍ଯ୍ୟ ମନ୍ଦିର ବନ୍ଦ ରଖାଯାଇଥିଲା । ବାତ୍ୟାର ପ୍ରଭାବ ପୁରୀ ଜିଲ୍ଲାରେ ପକାଇବା ଆଶଙ୍କା ଥିବାରୁ କେବଳ ୨୪ ତାରିଖରେ ସୂର୍ଯ୍ୟ ମନ୍ଦିର ବନ୍ଦ ରହିଥିଲା । 

ତେବେ ୨୫ ତାରିଖରେ ୧୧ଟା ୩୦ ମିନିଟ୍‌ରେ ଖୋଲିଲା ସୂର୍ଯ୍ୟ ମନ୍ଦିର । ଦେଶର ପର୍ଯ୍ୟଟକ ମାନେ ମୁଣ୍ଡ ପିଛା ୪୦ ଟଙ୍କା ଦେୟ ଦେଇ ସୂର୍ଯ୍ୟ ମନ୍ଦିର ବୁଲୁଥିଲେ । ବିଦେଶୀ ପର୍ଯ୍ୟଟକ ମାନେ ୬୦୦ ଟଙ୍କା ଦେୟ ଦେଇ ସୂର୍ଯ୍ୟ ମନ୍ଦିର ବୁଲି ପାରିବେ ବୋଲି ଏଏସଆଇ ଅଧିକାରୀ ସୂଚନା ଦେଇଛନ୍ତି ।

You Can Read:

‘ଦାନା’ ଅପଡେଟ୍ : ସନ୍ଧ୍ୟା ପରେ ଧୀରେ ଧୀରେ କମିବ ବର୍ଷା ପ୍ରକୋପ, ଏଥିପାଇଁ ହୋଇଗଲା ଦୁର୍ବଳ

  • odisha
  • OdishaNews
  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.