‘ଦାନା’ ଅପଡେଟ୍ : ସନ୍ଧ୍ୟା ପରେ ଧୀରେ ଧୀରେ କମିବ ବର୍ଷା ପ୍ରକୋପ, ଏଥିପାଇଁ ହୋଇଗଲା ଦୁର୍ବଳ

Published By : Prameya-News7 Bureau | October 25, 2024 IST

ଭୁବନେଶ୍ବର ୨୫।୧୦: ସ୍ଥଳଭାଗ ଛୁଇଁବା ପରେ ବାତ୍ୟା ‘ଦାନା’ ଉତ୍ତର ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି । ବାତ୍ୟା ଦାନା ଏବେ ୭ କିଲୋମିଟର ଗତିରେ ଆଗକୁ ବଢୁଛି । ଭଦ୍ରକ ଠାରୁ ୪୦ କିଲୋମିଟର ଦୂର ଉତ୍ତର ଉତ୍ତର-ପୂର୍ବରେ ଅବସ୍ଥିତ ରହିଛି । ଧାମରା ଠାରୁ ମଧ୍ୟ ୭୦ କିଲୋମିଟର ଦୂର ଉତ୍ତର ଉତ୍ତର-ପଶ୍ଚିମରେ ବାତ୍ୟା ଦାନା ରହିଛି । ବାତ୍ୟା ପ୍ରଭାବରେ ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ୭୦ରୁ ୮୦ କି.ମି. ବେଗରେ ପବନ ବହୁଛି । ମୟୁରଭଞ୍ଜ ଜିଲ୍ଲାରେ ମଧ୍ୟ ୫୦ରୁ ୬୦ କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି । ସେହିଭଳି ଢେଙ୍କାନାଳ, କଟକ, କେନ୍ଦୁଝର ଏବଂ ଜଗତସିଂହପୁର ମଧ୍ୟ ୪୦ରୁ ୫୦ କି.ମି. ବେଗରେ ପବନ ବହିବ । 

ଲ୍ୟାଣ୍ଡଫଲ ସମୟରେ କେନ୍ଦ୍ରାପଡା ଏବଂ ଭଦ୍ରକ ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ଏହି କାରଣରୁ ଉଭୟ ଜିଲ୍ଲାରେ ଅନେକ ସ୍ଥାନରେ ପାଣି ଜମାହୋଇ ରହିଛି । ଏହି ଦୁଇଟି ଜିଲ୍ଲାକୁ ମିଶାଇ ମୋଟ ୧୭ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ଶୁକ୍ରବାର ସକାଳୁ ଏପର୍ଯ୍ୟନ୍ତ ଚାନ୍ଦବାଲିରେ ୮୦ ମିଲିମିଟର ବର୍ଷା ରେକର୍ଡ ହୋଇସାରିଲାଣି । ବାତ୍ୟା ପ୍ରଭାବରେ ଏବେ ମଧ୍ୟ ବର୍ଷା ଏବଂ ପବନ ଜାରି ରହିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ମୟୁରଭଞ୍ଜ, ଭଦ୍ରକ, ବାଲେଶ୍ୱର, କେନ୍ଦୁଝରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସନ୍ଧ୍ୟା ପରେ ବର୍ଷାର ପ୍ରକୋପ ଧୀରେ ଧୀରେ କମିବ । 

ଯେହେତୁ ବାତ୍ୟାର ଉଭୟ ପାର୍ଶ୍ବରେ ଦୁଇଟି ଆଣ୍ଟି-ସାଇକ୍ଲୋନିକ୍ ସର୍କୁଲେସନ ରହିଥିଲା । ଏହା ଫଳରେ ବାତ୍ୟା ଦୁର୍ବଳ ହୋଇଗଲା ।

You Can Read:

ଯଥାଶୀଘ୍ର କ୍ଷୟକ୍ଷତି ଆକଳନ ଶେଷ କରିବାକୁ ଚେଷ୍ଟା, ୭ ଦିନ ଭିତରେ ଦିଆଯିବ ସହାୟତା

 

 

 

  • odisha
  • OdishaNews
  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.