କୋରାପୁଟ: ପିଏମ ଆୱାର୍ଡ଼ ୨୦୨୫ରେ ସମ୍ମାନିତ ହେବ କୋରାପୁଟ ଜିଲ୍ଲା । ପ୍ରଶାସନିକ ସେବା ଦିବସରେ ନୂଆଦିଲ୍ଲୀ ଠାରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ସମ୍ମାନିତ ହେବେ କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ। ଜିଲ୍ଲାର ସାମଗ୍ରିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ କୋରାପୁଟ ଜିଲ୍ଲାକୁ ମିଳିବ ଏହି ସମ୍ମାନ ।
ସାଧାରଣ ପ୍ରଶାସନରେ ଉତ୍କର୍ଷତା ପାଇଁ କୋରାପୁଟ ଜିଲ୍ଲା ପ୍ରଧାନମନ୍ତ୍ରୀ ପୁରସ୍କାରରେ ପୁରସ୍କୃତ ହେବ। ସମଗ୍ର ଦେଶରରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ସରକାରଙ୍କ ୧୧ ଟି ଯୋଜନା କୋରାପୁଟ ଜିଲ୍ଲାରେ କାର୍ଯ୍ୟକାରୀ କରିବା ସହ ସାଧାରଣ ଜନତା ଓ ପ୍ରଶାସନର ସହଭାଗିତାରେ ନିଜ ଦକ୍ଷତା ପ୍ରତିପାଦନ କରି ଦେଶରେ ଶ୍ରେଷ୍ଠ ଜଲ୍ଲା ଭାବେ ମନୋନୀତ ହୋଇଛି କୋରାପୁଟ।
ଆସନ୍ତା ୨୧ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ପୁରସ୍କାର ଗ୍ରହଣ କରିବେ କୋରାପୁଟ ଜିଲ୍ଲାପାଳ । ଜିଲ୍ଲାର ସମସ୍ତ ଜନସାଧରଣ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଶୁଭେଚ୍ଛା ସହ ଶୁଭକାମନା ଜଣାଇଛନ୍ତି କୋରାପୁଟ ଜିଲ୍ଲାପାଳ।