‘ରୋହିତ ଶର୍ମା ଖେଳିବା ଉଚିତ୍ ନୁହେଁ, ନଚେତ୍ ସେ ବେହୋସ୍ ହୋଇଯିବେ…’ ହିଟ୍‌ମ୍ୟାନ୍‌ଙ୍କୁ ନେଇ ଏପରି କହିଲେ ପୂର୍ବତନ କ୍ରିକେଟର

Published By : Prameya-News7 Bureau | July 26, 2024 IST

ମୁମ୍ବାଇ ୨୬।୦୭ : ରୋହିତ ଶର୍ମାଙ୍କ ଅଧିନାୟକରେ ଟିମ୍‌ ଇଣ୍ଡିଆ ୨୦୨୪ ଟି-୨୦ ବିଶ୍ୱକପ୍‌ ଜିତିଛି । ଦୀର୍ଘ ୧୧ ବର୍ଷ ପରେ ଦେଶକୁ କୌଣସି ଆଇସିସି ଟ୍ରଫି ଆସିଛି । ଏହାପୂର୍ବରୁ ୨୦୨୩ରେ ଦିନିକିଆ ବିଶ୍ୱକପ୍‌ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଥିଲା ଟିମ୍‌ ଇଣ୍ଡିଆ । ଆଉ ଏବେ ରୋହିତଙ୍କ ଫୋକସ୍‌ରେ ୨୦୨୭ ଦିନିକିଆ ବିଶ୍ୱକପ୍‌ ।ଯାହାକି ଦକ୍ଷିଣ ଆଫ୍ରିକାରେ ଖେଳା ହେବାକୁ ଯାଉଛି । ହେଲେ ଏହାପୂର୍ବରୁ ୧୯୮୩ ବିଶ୍ୱକପ୍‌ ବିଜୟୀ ଟିମ୍‌ ସଦସ୍ୟ ତଥା ଟିମ୍‌ ଇଣ୍ଡିଆର ପୂର୍ବତନ ଚୟନକର୍ତ୍ତା କ୍ରିଷ୍ନାମଚାରୀ ଶ୍ରୀକାନ୍ତ ରୋହିତ ଶର୍ମାଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି ।  

ସେ କହିଛନ୍ତି ଯେ, ବିରାଟ କୋହଲି ଜଣେ ଚମ୍ପିଆନ୍‌ ଖେଳାଳି । ତାଙ୍କ ଫିଟ୍‌ନେସ୍‌ ସାନ୍‌ଦାର ଅଛି ।ଏପରି ଭାବେ ସେ ଆଗାମୀ ବିଶ୍ୱକପ୍‌ ଖେଳିପାରିବେ । ହେଲେ ରୋହିତ ଶର୍ମା ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌ ଖେଳିବା ଉଚିତ୍‌ ନୁହେଁ । କାହିଁକି ନା ସେ ଯଦି ଖେଳିବାକୁ ଯିବେ । ସେଠାରେ ସେ ବେହୋସ୍‌ ହୋଇଯିବେ । ଶ୍ରୀକାନ୍ତ ନିଜ ପୁଅ ଅନିରୁଦ୍ଧଙ୍କ ୟୁଟୁବ୍‌ ଚ୍ୟାନେଲ୍‌ରେ ଏପରି କଥା କହିଛନ୍ତି । 

ସୂଚନାଯୋଗ୍ୟ ଯେ, ରୋହିତ ଶର୍ମାଙ୍କୁ ଏବେ ୩୭ ବର୍ଷ । ୨୦୨୭ ଦିନିକିଆ ବିଶ୍ୱକପ୍‌ ବେଳକୁ  ରୋହିତଙ୍କୁ ୪୦ କିମ୍ବା ୪୧ ବର୍ଷ ହୋଇଯିବ । ଏପରି ଭାବେ ରୋହିତ ଶର୍ମା ଯଦି ଆଗାମୀ ଦିନିକିଆ ବିଶ୍ୱକପ୍‌ ଖେଳିବେ।ତେବେ ତାଙ୍କ ପାଇଁ ଫିଟ୍‌ନେସ୍‌ ଏବଂ ଫର୍ମ ଉପରେ କାମ କରିବା ଉଚିତ୍‌। ଅନ୍ୟପଟେ ବିରାଟ କୋହଲିଙ୍କୁ ଏବେ ୩୫ ବର୍ଷ । ଆଗାମୀ ଦିନିକିଆ ବିଶ୍ୱକପ୍‌କୁ ବିରାଟଙ୍କୁ ଅତିକମ୍‌ରେ ୩୮ କିମ୍ବା ୩୯ ବର୍ଷ ହୋଇଥିବ । ବିରାଟ୍‌ଙ୍କ ଫିଟ୍‌ନେସ୍‌ ମଧ୍ୟ ଜବରଦସ୍ତ ରହିଛି । ଏହିକ୍ରମରେ କୋଚ୍‌ ଗୌତମ ଗମ୍ଭୀର ମଧ୍ୟ କହିସାରିଛନ୍ତି । ଉଭୟ ବିରାଟ ଏବଂ ରୋହିତ ଜଣେ ଜଣେ ଶ୍ରେଷ୍ଠ କ୍ରିକେଟର । ୨୦୨୭ ଯାଏଁ ଯଦି ସେମାନଙ୍କ ଫର୍ମ ଏବଂ ଫିଟ୍‌ନେସ୍‌ ରୁହେ । ତେବେ ସେ ନିଶ୍ଚିତ୍‌ ଦିନିକିଆ ବିଶ୍ୱକପ୍‌ ଖେଳିବେ ।  

ସେହିପରି ଭାରତୀୟ ଟିମ୍‌ ୨୦୨୪ ଟି-୨୦ ବିଶ୍ୱକପ୍‌ ବିଜୟୀ ହୋଇଥିଲା । ଏହା ପରେ ଉଭୟ ବିରାଟ ଏବଂ ରୋହିତ ଟି-୨୦ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ । କିନ୍ତୁ ଉଭୟ ଦିନିକିଆ ଏବଂ ଟେଷ୍ଟ କ୍ରିକେଟ୍‌ ଜାରି ରଖିବ ବୋଲି କହିଛନ୍ତି । 

  • BCCI
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.