ଭୁବନେଶ୍ୱର ୨୫/୦୨: ରାଜ୍ୟରେ ଚାଲିଛି ସିବିଏସ୍ଇ ବୋର୍ଡ ପରୀକ୍ଷା ୨୦୨୫ । ଲକ୍ଷଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ତେବେ ଏହି ଅବସରରେ ରାଜଧାନୀରେ ଦେଖିବାକୁ ମିଳିଥିଲା ନିଆରା ଦୃଶ୍ୟ । ଜଣେ ଟ୍ରାଫିକ ପୋଲିସଙ୍କ ବହୁତ ଭଲ କାମ କରୁଥିବା ଦେଖିବାକୁ ମିଳିଥିଲା ।
ସବୁଦିନ ଭଳି ସକାଳୁ ସକାଳୁ ପିଲାମାନେ ତାଙ୍କ ଅଭିଭାବକଙ୍କ ସେଣ୍ଟର ଅଭିମୁଖେ ବାହାରିଥିଲେ । ବାଟରେ ଟ୍ରାଫିକ୍ ପୋଷ୍ଟରେ ଷ୍ଟପ୍ ଥିବାରୁ ସେଠାରେ ଅଟକି ରହିଥିଲେ ପିଲା । ଏହି ଅସୟରେ ହଠାତ୍ ଶୁଭଚିନ୍ତକ ସାଜି ଆସିଥିଲେ ଆଗେଇ । ସଂଗେ ସଂଗେ ଦଶମ ବୋର୍ଡ ପରୀକ୍ଷାର୍ଥୀଙ୍କୁ ପେନ୍ ବଣ୍ଟନ କରି ଶୁଭେଚ୍ଛା ଜଣାଇଲେ ଭୁବନେଶ୍ୱରର ଟ୍ରାଫିକ ପୋଲିସ ।
ଭୁବନେଶ୍ୱରର ବିଭିନ୍ନ ଟ୍ରାଫିକ ଛକ ଗୁଡିକରେ ନିଜ ନିଜ ପରିବାର ସହ ଛାତ୍ର ଛାତ୍ରୀ ମାନେ ନିଜ ପରୀକ୍ଷା କେନ୍ଦ୍ରକୁ ଯାଉଥିବାବେଳେ ଟ୍ରାଫିକ ପୋଲିସ ମାନେ ପେନ୍ ବଣ୍ଟନ କରିଛନ୍ତି । କେବଳ ପେନ୍ ବାଣ୍ଟିନଥିଲେ ତ ପିଲାଙ୍କୁ ପରୀକ୍ଷା କିଭଳି ଭଲ କରିବେ ସେ ନେଇ ବି ଶୁଭେଚ୍ଛା ଜଣାଇଥିଲେ । ସେପଟେ ଟ୍ରାଫିକ୍ ପୋଲିସଙ୍କ ଏପରି କାମକୁ ନେଇ ସବୁଆଡୁ ପ୍ରଶଂସା କରାଯାଉଛି ।