ନୀଳଗିରି ୨୫।୦୨ : ବାଲେଶ୍ୱର ଜିଲ୍ଲା କୁଳଡିହା ଅଭୟାରଣ୍ୟ । ଏହାକୁ ଲାଗି ରହିଛି ଦେବଗିରି ପାହାଡ଼ । ଆଉ ଏହି ପାହାଡ଼ ଉପରେ ବିରାଜମାନ ଅଞ୍ଚନ୍ତି ବାବା ବିଶେଶ୍ୱର ମହାଦେବ । ରାଜାରାଜୁଡ଼ା ଅମଳରୁ ଏହି ପୀଠ ଜଙ୍ଗଲ ଭିତରେ ରହିଛି । ପାଖରେ ଅଭୟାରଣ୍ୟ ରହିଥିବାରୁ ଜଙ୍ଗଲ ଜନ୍ତୁଙ୍କ ଭୟ ଥିବା ବେଳେ ଏମିତି ଜଣେ ପରିବାର ଅଛନ୍ତି । ଯିଏ ଦିନେ ହେଲେ ବି ବାବାଙ୍କ ପୀଠକୁ ନଯାଇ ରହିନାହାନ୍ତି । ରୀତିନୀତିରେ ପୂଜାର୍ଚ୍ଚନା କରୁଛନ୍ତି । ତାଙ୍କ ୯୭ ବର୍ଷ ଛୁଇଁଥିଲେ ମଧ୍ୟ ବାବାଙ୍କୁ ନୀତିଦିନି ପୂଜା କରିବାକୁ ଆସନ୍ତି ।
ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ କାଣ୍ଡଗରଡି ପଞ୍ଚାୟତର ଦେବଗିରି ପାହାଡ଼ରେ ବିରାଜମାନ ବାବା ବିଶେଶ୍ୱର । ଏହି ଶୈବପୀଠରେ ମୁକୁନ୍ଦପୁର ଶାସନର ବିଶ୍ୱନାଥ ଉପାଧ୍ୟାୟଙ୍କ ୯୭ ବର୍ଷ ହେଲାଣି । ତଥାପି ସେ ପାହାଡ଼ ଉପରକୁ ଯାଇ ପୂଜା କରିଥାନ୍ତି । ତାଙ୍କ ବାପା ଶିବ ବହୁ ବର୍ଷ ପୂର୍ବେ ବାବା ସ୍ୱପ୍ନରେ ଆସିଥିଲେ । ଏହାପରେ ସେ ପାହାଡ଼ ଉପରକୁ ଯାଇ ଏକ ପଥର ଉପରେ ଠାକୁରଙ୍କ ପୂଜା ଆରମ୍ଭ କରିଥିଲେ । ସେତେବେଳେ ନା ଥିଲା ସଠିକ ରାସ୍ତା, ନ ଥିଲା ମନ୍ଦିର । ତଥାପି ମୁକ୍ତ ଆକାଶ ତଳେ ପୂଜା ଚାଲୁଥିଲା । ଜଣେ ବ୍ୟକ୍ତିଙ୍କର ସନ୍ତାନ ହେଉନଥିବା ବେଳେ ସେ ଠାକୁରଙ୍କ ନିକଟରେ ମାନସିକ କରିଥିଲେ । ଏହାପରେ ଉକ୍ତ ବ୍ୟକ୍ତିଙ୍କର ସନ୍ତାନଟିଏ ହୋଇଥିଲା ।ପରେ ସେ ନିଜ ଉଦ୍ୟମରେ ମନ୍ଦିର ସ୍ଥାପନ କରିଥିଲେ । ପରେ ଧୀରେ ଧୀରେ ବାବାଙ୍କ ମହିମା ଆଖପାଖ ଅଞ୍ଚଳରେ ବ୍ୟାପିଥିଲା । ଆଉ ଲୋକଙ୍କ ଯିବାଆସିବା ଲାଗିରହିଲା । ଜାଗର ଯାତ୍ରାକୁ ବେଶ୍ ଧୁମାଧାମ୍ରେ ପାଳନ କରାଯାଏ । ପୀଠର ଉନ୍ନତି ପାଇଁ ବିଶେଶ୍ୱର ବିକାଶ ପରିଷଦ ନାମକ ଏକ କମିଟି ଗଠନ କରାଯାଇଛି । ତେବେ ଆଗକୁ ଜାଗର ଥିବାରୁ ମନ୍ଦିର ପରିସରକୁ ସଫେଇ କରାଯାଇଛି । ନିକଟରେ ଏନେଇ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଲୋକନାଥା ଉପାଧ୍ୟାୟ ଅନୁପସ୍ଥିତ ରହିଥିଲେ, କିନ୍ତୁ ମନ୍ଦିର ଉନ୍ନତି ପାଇଁ ଯାହା ଆବଶ୍ୟକ । ସେ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ସେହିପରି ଜାଗର ଯାତ୍ରାକୁ କିପରି ସୁରୁଖୁରରେ କରାଯିବ, ସେଥି ଲାଗି ସ୍ଥାନୀୟ ସମାଜସେବୀ, ସରପଞ୍ଚ ଆଦି ଲୋକ ଅଣ୍ଟା ଭିଡିଛନ୍ତି ।