ଗୋଚର ଜମିକୁ ଠିକା କମ୍ପାନୀର ଜବରଦଖଲ, ଆମରଣ ଅନଶନରେ ବସିଲେ ତିନି ଯୁବକ

Published By : Prameya-News7 Bureau | February 25, 2025 IST

ବିନିକା ୨୫।୦୨: ତହସିଲ ଆଗରେ ଆମରଣ ଅନଶନ । ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ତହସିଲ ସମ୍ମୁଖରେ ପଣ୍ଡକିଟାଲ ଗାଁର ତିନି ଜଣ ଯୁବକ ଆମରଣ ଅନଶନରେ ବସିଛନ୍ତି । ପଣ୍ଡକିଟାଲ ଗାଁର ୧୪ ଏକର ଗୋଚର ଜମିକୁ ଜବରଦଖଲ ଅଭିଯୋଗରେ ଧାରଣାରେ ବସିଛନ୍ତି ତିନି ଯୁବକ। 

ଗତ ଦୁଇବର୍ଷ ହେବ ଏକ ଠିକା କମ୍ପାନୀ ପକ୍ଷରୁ ପଣ୍ଡକିଟାଲ ଗାଁ ୧୪ ଏକର ଗୋଚର ଜମିକୁ ଜବରଦଖଲ କରାଯାଇଛି। ସେଠାରେ ପିଚୁ ପ୍ଲାଣ୍ଟ ବସାଇ ନିର୍ମାଣାଧିନ ସାମଗ୍ରୀ ରଖିଛି। ଯାହାଫଳରେ ନିକଟରେ ଥିବା ବସ୍ତି ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପିଚୁ ପ୍ଲାଣ୍ଟରୁ ନିର୍ଗତ ହେଉଥିବା ଧୂଆଁ ଏବଂ ପଥର ଗୁଣ୍ଡ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ବାୟୁ ଏବଂ ଜଳ ପ୍ରଦୂଷଣ ବଢି ଯାଇଛି। ଯାହାକୁ ନେଇ ଗ୍ରାମବାସୀମାନେ ଅଭିଯୋଗ କରିଥିଲେ। ହେଲେ ପ୍ରଶାସନ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଶେଷରେ ବାଧ୍ୟ ହୋଇ ଗାଁର ୩ ଜଣ ଯୁବକ ରାମପୁର ତହସିଲ ଆଗରେ ଆମରଣ ଅନଶନରେ ବସିଛନ୍ତି। ଖୁବ୍‌ଶୀଘ୍ର ଜବରଦଖଲ ହଟାଇବାକୁ ଦାବି ହୋଇଛି। ନଚେତ୍‌ ଆଗକୁ ଏହି ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି । 


  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.