ଭୁବନେଶ୍ଵର: ଫେବୃଆରୀ ୨୮ରେ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ପୁରୀରେ ଜାତୀୟ ସ୍ଵାସ୍ଥ୍ୟ ମିଶନ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ସ୍ଵାସ୍ଥ୍ୟ ସଚିବ ଯୋଗ ଦେଉଛନ୍ତି। ଏହି ସମୟରେ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ସଚିବଙ୍କ ସହ ଆଲୋଚନା କରିବେ।
ସୂଚନା ଅନୁଯାୟୀ, ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ଜେପି ନଡ୍ଡା। ପୁରୀରେ ଆୟୋଜିତ ହେବାକୁ ଥିବା ଜାତୀୟ ସ୍ଵାସ୍ଥ୍ୟ ମିଶନ ସହ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଉପସ୍ଥିତ ରହିବେ। ଏହା ସହ ବିଭିନ୍ନ ରାଜ୍ୟର ସ୍ଵାସ୍ଥ୍ୟ ସଚିବ ବି ଏଥିରେ ସାମିଲ ହେବେ। ୨୮ରୁ ଦୁଇ ଦିନ ଧରି ସ୍ଵାସ୍ଥ୍ୟ ସମ୍ମିଳନୀ ଆୟୋଜିତ ହେବ।
Also read: ଏଣିକି ଆଉ ବଢ଼ିବନି ଧାନ କିଣା ଅବଧି, ବର୍ତ୍ତମାନ ସୁଦ୍ଧା ୯୦ ପ୍ରତିଶତ ଧାନ ସଂଗ୍ରହ ସରିଛି- ଯୋଗାଣ ମନ୍ତ୍ରୀ
ସୂଚନାଯୋଗ୍ୟ, କେନ୍ଦ୍ରରେ ବିଜେପି କ୍ଷମତାକୁ ଆସିବା ପରଠୁ ଓଡ଼ିଶା ପ୍ରତି ଗୁରୁତ୍ଵ ଦେଇ ଆସିଛନ୍ତି କେନ୍ଦ୍ର ସରକାର। ରାଜ୍ୟରେ ଅନେକ ବଡ଼ ବଡ଼ ଜାତୀୟସ୍ତରର କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ପ୍ରତି ମାସରେ ଅନେକ କେନ୍ଦ୍ର ମନ୍ତ୍ରୀ ଓଡ଼ିଶା ଗସ୍ତ କରି କୌଣସି ନା କୌଣସି କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି। ପୁରୀରେ ଜାତୀୟ ସ୍ଵାସ୍ଥ୍ୟ ମିଶନ ପୂର୍ବରୁ ନୌସେନା ଦିବସ ପାଳନ ହୋଇଥିଲା। ଏହା ସହିତ ରାଜଧାନୀ ଭୁବନେଶ୍ଵରରେ ଡିଜି ମହାସମ୍ମିଳନୀ ଓ ପ୍ରବାସୀ ଭାରତୀୟ ଦିବସ ଆୟୋଜିତ ହୋଇଥିଲା। ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଅନେକ କେନ୍ଦ୍ର ମନ୍ତ୍ରୀ ଯୋଗ ଦେଇଥିଲେ।