ଅଠରନଳା ପୁରୁଣା ପୋଲରେ ଅଘଟଣ, ତଳକୁ ଖସିପଡି ଚାଲିଗଲା ଯୁବକଙ୍କ ଜୀବନ

Published By : Prameya-News7 Bureau | February 25, 2025 IST

BREAKING NEWS

ପୁରୀ ୨୫।୦୨ : ପୁରୀ ଅଠରନଳା ପୁରୁଣା ପୋଲ ଉପରେ ଅଘଟଣ । ପୋଲ ଉପରୁ ତଳକୁ ଖସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । 

ଖବର ଅନୁଯାୟୀ, ମୃତ ଯୁବକ ଜଣଙ୍କ ପୋଲ ଉପରେ ବସିଥିଲେ । ହଠାତ୍‌ ଅସାବଧାନତାରୁ ଯୁବକ ଜଣଙ୍କ ପୋଲ ତଳକୁ ଖସିପଡିଥିଲେ । ଯାହାର ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବକଙ୍କୁ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ଉକ୍ତ ଯୁବକଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ବର୍ତ୍ତମାନ ଯାଏଁ ମୃତ ଯୁବକଙ୍କର କୌଣସି ପରିଚୟ ମିଳିନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ବାକି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି ଆଶା କରାଯାଉଛି । 

ଠାକୁରାଣୀ ଭାବି ପୂଜା କରୁଥିଲେ ଗ୍ରାମବାସୀ, ପୂଜକଙ୍କୁ ସ୍ଵପ୍ନାଦେଶ ପରେ ପୁଜା ପାଇଲେ ବାବା ପାତାଳେଶ୍ଵର

 

 

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.