ଚନ୍ଦ୍ରଯାନ-୩ ଲ୍ୟାଣ୍ଡରରୁ ଉଠିଲା ପୃଥିବୀ ଓ ଚନ୍ଦ୍ରର ଫଟୋ, ଜାରି କଲେ ISRO

Published By : Prameya-News7 Bureau | August 10, 2023 IST

ନୂଆଦିଲ୍ଲୀ ୧୦।୮: ଯେବେଠୁ ଚନ୍ଦ୍ରଯାନ-୩ ମହାକାଶରେ ପହଞ୍ଚିଲାଣି ସେବେଠୁ ଲ୍ୟାଣ୍ଡରରେ ଲାଗିଥିବା ଲ୍ୟାଣ୍ଡର ଇମେଜର (ଏଲଆଇ) କ୍ୟାମେରା ପ୍ରଥମ ଥର ପୃଥିବୀର ଫଟୋ ଚିତ୍ର ଉତ୍ତୋଳନ କରିଛି। ଫଟୋରେ ନିଳ ଆକାଶରେ ଶ୍ୱେତ ବାଦଲଙ୍କ ଚଦର ବିଛାଇ ହୋଇଥିବାର ଦେଖାଯାଉଛି। ଏଥି ଲାଗି ଚନ୍ଦ୍ରଯାନ-୩ ବୁଧବାର ଆଉ ଫଟୋ ପଠାଇବ କି ବୋଲି ପଚାରିଥିଲା। ସେହି ଅନୁସାରେ ଏହି ନୂଆ ଫଟୋଚିତ୍ର ପଠାଇଥିବା ବେଳେ ଅନ୍ତରୀକ୍ଷ ଗବେଷଣା ସଙ୍ଗଠନ ଇସ୍ରୋ ଏହାକୁ ଜାରି କରିଛନ୍ତି।

ପୁଣି କକ୍ଷ ପରିବର୍ତ୍ତନ କଲା ଚନ୍ଦ୍ରଯାନ-୩, ହେଲା ଚନ୍ଦ୍ରମାର ଆହୁରି ନିକଟତର

ଅଗଷ୍ଟ ୫ ତାରିଖ ଦିନ ଚନ୍ଦ୍ରଯାନ-୩ ଚନ୍ଦ୍ରଙ୍କ କକ୍ଷକୁ ପ୍ରବେଶ କରିଥିଲା। ସେତେବେଳେ ଲ୍ୟାଣ୍ଡରର ଅନ୍ୟତମ କ୍ୟାମେରା ଅର୍ଥାତ ଲ୍ୟାଣ୍ଡର ହରିଜଣ୍ଟାଲ ଭେଲୋସିଟି କ୍ୟାମେରା (ଏଲଏଚଭିସି) ଚନ୍ଦ୍ର ପୃଷ୍ଠର ଛବି ଉତ୍ତୋଳନ କରିଥିଲା। ଏଥିରେ ଲ୍ୟାଣ୍ଡର ଇମେଜର କ୍ୟାମେରାକୁ ଗୁଜରାଟସ୍ଥିତ ସ୍ପେଶ୍ ଆପ୍ଲିକେସନ ସେଣ୍ଟର ନିର୍ମାଣ କରିଛନ୍ତି। ସେହିପରି ଏଲଏଚଭିସିକୁ ବେଙ୍ଗାଲୁରର ଲାବୋରେଟରି ଫର ଇଲେକ୍ଟ୍ରୋ ଅପଟିକ୍ସ ସିଷ୍ଟମ (ଏଲଇଓଏସ୍) ବିକଶିତ କରିଛନ୍ତି।

{"id":829027,"width":842,"height":842,"sizeSlug":"full","linkDestination":"none"}

ଏଲଏଚଭିସିକୁ ବାସ୍ତବରେ ଲ୍ୟାଣ୍ଡରର ନିମ୍ନ ଭାଗରେ ଲଗାଯାଇଛି। ଏହା  ଗତିଶିଳ ଅବସ୍ଥାରେ ଭୂମିର ଛବି ନେଇପାରୁଛି।  ଏହା ଦ୍ୱାରା ଲ୍ୟାଣ୍ଡର ଅବତରଣ କରିବା ଓ ହେଲିକପ୍ଟର ଭଳି ଭାସିବୁଲିବା ବେଳେ ବେଗର ଅନୁମାନ ଲଗାଯାଇ ପାରିବ ଓ ବିପଦର ଅନୁମାନ କରାଯାଇପାରିବ। ଚନ୍ଦ୍ରଯାନ-୩ ଏବେ ଚନ୍ଦ୍ରଙ୍କ ତୃତୀୟ କକ୍ଷପଥରେ ଘୁରି ବୁଲୁଛି। ଗତ ଅଗଷ୍ଟ ୫ ତାରିଖ ଦିନ ଯେତେବେଳେ ଚନ୍ଦ୍ରଯାନ-୩ ଚନ୍ଦ୍ରଙ୍କ ପ୍ରଥମ କକ୍ଷପଥରେ ଥିଲା ସେତେବେଳେ ଚନ୍ଦ୍ରର ପ୍ରଥମ ଫଟୋଚିତ୍ର ଜାରି କରିଥିଲା। ସେତେବେଳେ ଚନ୍ଦ୍ରଯାନ-୩ ଚନ୍ଦ୍ରଙ୍କୁ ପ୍ରତି ସେକେଣ୍ଡ ୧୯୦୦ କିଲୋମିଟର ବେଗରେ ଅଣ୍ଡାକାର କକ୍ଷପଥରେ ଯାତ୍ରା କରୁଥିଲା। ଏହା ପରେ ଅଗଷ୍ଟ ୬ ତାରିଖ ଦିନ ବେଗ ହ୍ରାସ କରି ଯାନକୁ ଦ୍ୱିତୀୟ କକ୍ଷପଥରେ ଛଡା ଯାଇଥିଲା।

ରୁଷ୍‌ର ମୁନ୍‌ ମିଶନ୍‌; ଅଗଷ୍ଟ ୧୧ରେ ଲୁନା-୨୫ର ପ୍ରକ୍ଷେପଣ, ଚନ୍ଦ୍ରଯାନ-୩ ପୂର୍ବରୁ କରିବ ଲ୍ୟାଣ୍ଡିଂ 

ଚନ୍ଦ୍ରମାରେ ପାଖାପାଖି ୧୪ଲକ୍ଷରୁ ଅଧିକ ଗର୍ତ୍ତ ରହିଛି। ଏଥିରୁ ୯ ହଜାର ୧୩୭ କ୍ରାଟରର ଚିହ୍ନଟ ହୋଇଥିବା ବେଳେ ୧ହଜାର ୬୭୫ଟିର ବୟସ ଅନୁମାନ କରାଯାଇଛି। ତେବେ ଚନ୍ଦ୍ରରେ ହଜାର ହଜାର ଗର୍ତ୍ତ ରହିଛି ଯାହାକୁ ମଣିଷ ଦେଖି ମଧ୍ୟ ନାହିଁ। କାରଣ ଚନ୍ଦ୍ରଙ୍କ ଅନ୍ଧକାର ଭାଗରେ ଏହା ଦେଖି ହୁଏ ନାହିଁ। ଚନ୍ଦ୍ରରେ ସବୁ ଗର୍ତ୍ତ ଆପେ ଆପେ ହୋଇ ନାହିଁ କେତେକ ଅଗ୍ନେୟଗିରି ଉଦଗିରଣ ଯୋଗୁ ମଧ୍ୟ ହୋଇଥାଏ। ତେବେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡରରେ ଲାଗିଥିବା ଏଲଆଇ ଓ ଏଲଏଚଭିସି ଏହାକୁ ଗାତରେ ପଡିବା ଓ ପଥରରେ ପିଟିହେବାରୁ ରକ୍ଷା କରିବ। ଏହି ୨ କ୍ୟମେରାରୁ ମିଳୁଥିବା ଛବି ଆଧାରରେ ଲ୍ୟାଣ୍ଡରକୁ ଚନ୍ଦ୍ର ପୃଷ୍ଠରେ ଅବତରଣ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.