ପ୍ରବଳ ବର୍ଷା ହେତୁ ରାୟଗଡରେ ଭୂସ୍ଖଳନ, ୫ ମୃତ ଓ ୨୧ ଗୁରୁତର

Published By : Prameya-News7 Bureau | July 20, 2023 IST

ମହାରାଷ୍ଟ୍ର ୨୦/୦୭: ମହାରାଷ୍ଟ୍ର ରାୟଗଡରେ ଭୟଙ୍କର ଭୂସ୍ଖଳନ । ଭୂସ୍ଖଳନରେ ଦବିଗଲା ପୁରା ଗାଁ । ଫଳରେ ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଏଥିରେ ପ୍ରାୟ ୨୧ ଜଣ ଆହତ ହୋଇଛନ୍ତି । ମାଟିତଳେ ୫୦ରୁ ଅଧିକ ଲୋକ ଦବିଯାଇଥିବା ଆଶଙ୍କା ରହିଛି । ଏବେବି ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସୂଚନା ଥାଉକି, ରାୟଗଡ ଜିଲ୍ଲା ଖାଲାପୁର ତହସିଲ ଇରସାଲବାଡି ଗାଁ ପାହାଡିଆ ଇଲାକାରେ ଥିବାବେଳେ ବିଳମ୍ବିତ ରାତିରେ ପ୍ରବଳ ବର୍ଷା ହେତୁ ଭୂସ୍ଖଳନ ହୋଇଥିଲା । ଫଳରେ ପାହାଡ ତଳେ ୧୭ ପରିବାର ରହିଯାଇଥିଲା । ଏହି ଗାଁ ହେଉଛି ଆଦିବାସୀ ବହୁଳ ଗାଁ । ଘଟଣାରେ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଶଙ୍କା କରାଯାଉଛି ଯେ ଆହୁରି ଅନେକ ଲୋକ ସେ ମାଟି ତଳେ ଫସି ରହିଛନ୍ତି ।

ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏହି ଘଟଣା ରାଜଗଡର ଖାଲାପୁରରେ ଘଟିଛି । ବୁଧବାର ରାତି ୧୨ ଟାରେ ଘଟିଛି ଏହି ଘଟଣା । ସେପଟେ ଖାଲାପୁରର ଘଟଣାସ୍ଥଳରେ ସ୍ଥିତି ପରଖିଥିଲେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ।

you can also read....

wp:embed {"url":"https://www.prameyanews7.com/ahmedabad-inccident/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ahmedabad-inccident/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.