ଆଠଗଡ଼ରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ: ବିଜେଡି

Published By : Prameya-News7 Bureau | February 13, 2025 IST

ଆଠଗଡ଼: ଆଠଗଡ ନିର୍ବାଚନ ମଣ୍ଡଳୀରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବିଜେଡି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି । ନିର୍ବାଚନ ପରଠାରୁ ସରକାରୀ ଦଳର କର୍ମକର୍ତ୍ତାଙ୍କ ବିଶୃଙ୍ଖଳା ବଢିଥିବା ବେଳେ ପୋଲିସର ନିରବତା ଯୋଗୁଁ ଆଠଗଡ ଅଞ୍ଚଳ ଅଶାନ୍ତ ହୋଇପଡିଛି ବୋଲି ଦଳ ଅଭିଯୋଗ କରିଛି । 

ଫେବ୍ରୁଆରୀ ୧୨ ତାରିଖରେ ତିଗିରିଆ ବ୍ଲକରେ ପଞ୍ଚାୟତ ସମିତି ବୈଠକରେ ବିଧାୟକ ରାଜା ସ୍ବାଇଁଙ୍କ ଉପରେ ଆକ୍ରମଣ ଘଟଣା ଏହଂ ଖୁଣ୍ଟୁଣୀ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ତାଙ୍କ ଅଫିସ ଭିତରେ ମାଡ ମାରିବା ଘଟଣାକୁ ନିନ୍ଦା କରିଛି ବିଜୁ ଜନତା ଦଳ । ବିଜେଡି ପକ୍ଷରୁ ଦିଆଯାଉଥିବା ଅଭିଯୋଗକୁ ପୋଲିସ ଗୁରୁତର ସହ ନନେଇ ଦଳୀୟ ସମର୍ଥକଙ୍କୁ ଜାଣିଶୁଣି ହଇରାଣ କରୁଥିବା ଦଳ ଅଭିଯୋଗ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.