ଜେଲ୍‌ରେ ଲରେନ୍ସ ବିଷ୍ଣୋଇର ଦେଇଥିଲେ ସାକ୍ଷାତକାର, ପଞ୍ଜାବ ସରକାର କଲେ ସସ୍‌ପେଣ୍ଡ

Published By : Prameya-News7 Bureau | October 26, 2024 IST

ଚଣ୍ଡୀଗଡ ୨୬/୧୦: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଜେଲରେ ଥିବାବେଳେ ଗଣମାଧ୍ୟମକୁ ସାକ୍ଷାତକାର ଦେବା ମାମଲାରେ ପୋଲିସର ଆକ୍ସନ । ସରକାର ସାତ ଜଣ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ କରିଛନ୍ତି। କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବନ କରିଛନ୍ତି ପଞ୍ଜାବ ସରକାର । ଡ୍ୟୁଟିରେ ଚରମ ଅବହେଳା ଦର୍ଶାଇ ସେମାନଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । 

ସୂଚନାଥାଉକି, ୨୦୨୨ରେ ଲରେନ୍ସ ବିଷ୍ଣୋଇ ଖରାର ସିଆଇ ହେପାଜତରେ ଥିବାବେଳେ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟକୁ ସାକ୍ଷାତକାର ଦେଇଥିଲା । ସିଦ୍ଧୁ ମୁସେୱାଲା ହତ୍ୟା ଘଟଣାରେ ଲରେନ୍ସ ବିଷ୍ଣୋଇକୁ ତିହାର ଜେଲରୁ ଖରାର ସିଏଏକୁ ସ୍ଥାନାନ୍ତର କରାଯାଇଥିଲା । ଏହି ସମୟରେ ସେ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇଥିଲେ । ଏହାକୁ ନେଇ ବିବାଦ ଉପୁଜିବା ପରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । 

ଏସଆଇଟି ଟିମ୍ ଗଠନ କରି ତଦନ୍ତ କରିଥିଲା । ତଦନ୍ତ ପରେ ପଞ୍ଜାବ ସରକାର ରାଜ୍ୟ ପୁଲିସର ୭ ଜଣ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି । ତଦନ୍ତରୁ ଜଣାପଡ଼ିଛି ଯେ, ବିଷ୍ଣୋଇକୁ ତିହାର ଜେଲରୁ ଖରାର ସିଆଇଏକୁ ସ୍ଥାନାନ୍ତର କରାଯିବା ପରେ ଏହି ଇଣ୍ଟରଭିୟୁ ନିଆଯାଇଥିଲା। ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିଲା ସାକ୍ଷାତକାର ପ୍ରକ୍ରିୟା । 

ଏହି ସମୟରେ ଦାୟିତ୍ୱରେ ଥିବା ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ରାଙ୍କର ଦୁଇ ଜଣ ଅଧିକାରୀ ଗୁରଶେର ସିଂହ ଏବଂ ସମୀର ବନୀତଙ୍କ ସମେତ ସାତ ଜଣଙ୍କୁ ନିଲମ୍ବନ କରାଯାଇଛି। ରାଜ୍ୟ ଗୃହ ସଚିବ ଗୁରକିରତ କିରପାଲ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସବ୍-ଇନସ୍ପେକ୍ଟର ଏବଂ ମୁଖ୍ୟ କନଷ୍ଟେବଳ ଅଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.