ଜଙ୍ଗଲରୁ ମିଳିଲା କଲରାପତିରିଆ ବାଘର ଗଳିତ ମୃତଦେହ

Published By : Prameya-News7 Bureau | September 26, 2024 IST

ବୌଦ୍ଧ ୨୬।୦୯: ଜଙ୍ଗଲରରୁ ମିଳିଲା କଲରାପତିରିଆ ବାଘର ଗଳିତ ମୃତଦେହ । ବୌଦ୍ଧ ବନଖଣ୍ଡର ମାଧପୁର ରେଞ୍ଜ ଅନ୍ତର୍ଗତ ପୋଢ଼ହଳ ସଂରକ୍ଷିତ ଜଙ୍ଗଲରୁ ଏକ କଲରାପତିରିଆ ବାଘର ଗଳିତ ମୃତଦେହ ଠାବ ହୋଇଛି । ମୃତ ବାଘର ଶରୀରର ପ୍ରାୟ ୯୦ପ୍ରତିଶତ ନଷ୍ଟ ହୋଇଯାଇଛି।  

ତେବେ ପ୍ରାୟ ୧୦ ଦିନ ପୂର୍ବରୁ ବାଘର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଇଛି । ହେଲେ ବନ ବିଭାଗ  କିପରି ଜାଣିପାରିଲା ନାହିଁ, ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । କୌଣସି ସୂତ୍ରରୁ ଖବର ପାଇ ବନବିଭାଗ ଅଧିକାରୀ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ବନବିଭାଗ ପ୍ରାଣୀ ଚିକିତ୍ସକଙ୍କ ସହାୟତାରେ ବାଘର ଶବ ବ୍ୟବଚ୍ଛେଦ କରାଯାଇଥିଲା। ଏନେଇ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପଙ୍କୁ ପଚାରିବାରୁ ବାଘଟିର ସ୍ୱାଭାବିକ ମୃତ୍ୟୁ ହୋଇଥିବା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.