ନୂଆଦିଲ୍ଲୀ: ଲୋକସଭାରେ ଅର୍ଥ ବିଧେୟକ ୨୦୨୫ (Finance Bill) ପାରିତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂଶୋଧିତ ଫାଇନାନ୍ସ ବିଲ୍ ୨୦୨୫କୁ ଉପସ୍ଥାପନ କରିଥିଲେ । ଯାହା ପାରିତ ହୋଇଯାଇଛି । ଏହି ସଂଶୋଧନରେ ଅନ୍ଲାଇନ୍ ବିଜ୍ଞାପନ ଉପରେ ୬ ପ୍ରତିଶତ ଡିଜିଟାଲ୍ ଟ୍ୟାକ୍ସ ବା ଗୁଗଲ୍ ଟ୍ୟାକ୍ସକୁ ଶେଷ କରିବା ସାମିଲ ରହିଛି । ଏହା ବ୍ୟତୀତ ୩୪ ଅନ୍ୟ ସଂଶୋଧନ ସାମିଲ ରହିଛି । ଏବେ ଏହି ବିଲ୍କୁ ରାଜ୍ୟସଭାରେ ଆଗତ କରାଯିବ ।
ଯଦି ରାଜ୍ୟସଭାରେ ବି ସଂଶୋଧିତ ବିଲ୍ ୨୦୨୫କୁ ମଞ୍ଜୁରି ମିଳିଯାଏ ତେବେ ଏହି ବିଧେୟକ ପୂରା ହୋଇଯିବ । ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ କେନ୍ଦ୍ରୀୟ ବଜେଟରେ ମୋଟ ୫୦.୬୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ଅନୁମାନ ରଖାଯାଇଛି, ଯାହା ବର୍ତ୍ତମାନ ଆର୍ଥିକ ବର୍ଷ ତୁଳନାରେ ୭.୪ ପ୍ରତିଶତ ଅଧିକ । ଅର୍ଥମନ୍ତ୍ରୀ ସଂସଦରେ ଏହି ପ୍ରସ୍ତାବକୁ ଉପସ୍ଥାପନ କରି କହିଥିଲେ, 'ମୁଁ ବିଜ୍ଞାପନ ପାଇଁ ୬ ପ୍ରତିଶତ ସମାନତା ଶୁଳ୍କକୁ ରଦ୍ଦ କରିବା ପାଇଁ ପ୍ରସ୍ତାବ ରଖିଛି । ଅନ୍ତରାଷ୍ଟ୍ରୀୟ ଆର୍ଥିକ ସ୍ଥିତିରେ ଅନିଶ୍ଚିତତାକୁ ଦୂର କରିବା ପାଇଁ ଅନ୍ଲାଇନ୍ ବିଜ୍ଞାପନ ଉପରେ ସମାନତା ଶୁଳ୍କ ଶେଷ କରାଯିବ ।'
ଆଗାମୀ ଆର୍ଥିକ ବର୍ଷ ପାଇଁ ପ୍ରସ୍ତାବିତ ପୁଞ୍ଜିଗତ ବ୍ୟୟ ୧୧.୨୨ ଲକ୍ଷ କୋଟି ଟଙ୍କା ସ୍ଥିର କରାଯାଇଛି, ଏଥିରେ ୧୫.୪୮ ଲକ୍ଷ କୋଟି ଟଙ୍କା ପ୍ରଭାବୀ ପୁଞ୍ଜିଗତ ବ୍ୟୟ ସାମିଲ ଅଛି । ବଜେଟରେ ୪୨.୭୦ ଲକ୍ଷ କୋଟି ଟଙ୍କାର ସକଳ ଟ୍ୟାକ୍ସ ରେଭେନ୍ୟୁ କଲେକ୍ସନ ଅନୁମାନ କରାଯାଇଛି ଓ ୧୪.୦୧ ଲକ୍ଷ କୋଟି ଟଙ୍କାର ସକଳ ଋଣ ନେଇ ଅନୁମାନ କରାଯାଇଛି । କେନ୍ଦ୍ର ପ୍ରାୟୋଜିତ ଯୋଜନା ପାଇଁ ଗୁରୁତ୍ୱପୂର୍ଣ୍ଣ ଆବଣ୍ଟନ କରାଯାଇଛି । ଏଥିରେ ୨୦୨୫ ଏପ୍ରିଲ୍ ୧ରୁ ଆରମ୍ଭ ହେବାକୁ ଥିବା ଆର୍ଥିକ ବର୍ଷ ପାଇଁ ୫,୪୧,୮୫୦.୨୧ କୋଟି ଟଙ୍କା ସ୍ଥିର କରାଯାଇଛି । ଏହା ଚଳିତ ଆର୍ଥିକ ବର୍ଷ ପାଇଁ ଆବଣ୍ଟିତ ୪,୧୫,୩୫୬.୨୫ କୋଟି ତୁଳନାରେ ଉଲ୍ଲେଖନୀୟ ବୃଦ୍ଧି ଅଟେ ।
କେନ୍ଦ୍ରୀୟ ଯୋଜନା ପାଇଁ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ୧୬.୨୯ ଲକ୍ଷ କୋଟି ଟଙ୍କା ଆବଣ୍ଟିତ କରାଯାଇଛି, ଯାହା ୨୦୨୪-୨୫ର ୧୫.୧୩ ଲକ୍ଷ କୋଟି ତୁଳନାରେ ଅଧିକ ।