ବଡ଼ଧରଣର ଡ଼କାୟତି, ବେକରେ ଛୁରୀ ଲଗାଇ ନେଇଗଲେ ଲକ୍ଷାଧିକ ଟଙ୍କା ଏବଂ ସୁନା ଗହଣା

Published By : Prameya-News7 Bureau | February 12, 2025 IST

ଅନୁଗୋଳ ୧୨।୦୨ : ବେକରେ ଛୁରୀ ଲଗାଇ ଲୁଟ୍‌ । ଅନୁଗୋଳ ଗଡସନ୍ତ୍ରୀ ପଞ୍ଚାୟଚ ଭାଗବତପୁର ଗାଁରେ ଖୁଡି ଓ ଝିଆରୀଙ୍କ ବେକରେ ଛୁରୀ ଲଗାଇ ଟଙ୍କା ଏବଂ ସୁନା ଗହଣା ଲୁଟ୍‌ ହୋଇଛି । ବଂରପାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିର ବିଜୟ ଭୁତିଆ ତାଙ୍କ ଯୋରନ୍ଦା ମେଳା ଦେଖିବାକୁ ଯାଇଥିଲେ । ଏହି ସମୟରେ ଘରେ ଭାଇ ବୋହୂ ଏବଂ ତାଙ୍କର ଦୁଇ ଛୋଟ ଛୁଆ ରହିଥିଲେ । ଯାହାର ସୁଯୋଗ ନେଇ ବିଳମ୍ବିତ ରାତିରେ ୫ରୁ ଅଧିକ ବ୍ୟକ୍ତି ଘରେ ପ୍ରବେଶ କରିଥିଲେ । ଏହା ପରେ ଘର ଭିତର ପଟୁ କବାଟ ବନ୍ଦ କରି ବିଜୟଙ୍କ ଭାଇବୋହୂଙ୍କ ମୁହଁରେ ଟେପ୍‌ ବାନ୍ଧିଥିଲେ । ଆଉ ଝିଆରୀଙ୍କ ସହିତ ଖୁଡିଙ୍କ ବେକରେ ଛୁରୀ ଲଗାଇ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଫଳରେ ଉଭୟ ଚୁପ୍‌ ହୋଇ ରହିଥିଲେ । ଯାହାର ସୁଯୋଗ ନେଇ ଘରୁ ୪ ଲକ୍ଷ ଟଙ୍କା ଏବଂ ୭ ଲକ୍ଷରୁ ଅଧିକ ଟଙ୍କର ସୁନା ଅଳଙ୍କାର ଲୁଟ୍‌ ନେଇଥିବାର ଅଭିଯୋଗ ହୋଇଛି । ଏହାପରେ ସମସ୍ତ ଲୁଟେରା ଘଟଣାସ୍ଥଳରୁ ଫେରାର ମାରିଥିଲେ । ଶେଷରେ ଗ୍ରାମବାସୀ ଏବଂ ପରିବାର ପକ୍ଷରୁ ବଂରପାଳ ଥାନାରେ ଲୁଟ୍‌ ନେଇ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସ ଛାନ୍‌ଭିନ୍‌ ଜାରି ରଖିଛି । 

 

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.