ଭୀମ୍‌ସାରେ ପୁଣି ରାଗିଂ, ଛାତ୍ରଙ୍କୁ ମାଡ଼ ମାରିବା ସହ ଗାଳି କରିଥିବାର ଅଭିଯୋଗ

Published By : Prameya-News7 Bureau | February 12, 2025 IST

ସମ୍ବଲପୁର ୧୨।୦୨: ଭୀମସାରରେ ପୁଣି ରାଗିଂ ଅଭିଯୋଗ । ଜଣେ ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ତୃତୀୟ ବର୍ଷର କିଛି ଜଣ ଛାତ୍ର ରାଗିଂ କରିଥିବାର ଅଭିଯୋଗ ହୋଇଛି । ଏନେଇ ରାଗିଂର ଶିକାର ହୋଇଥିବା ଛାତ୍ରଙ୍କ ମା ଅଧ୍ୟକ୍ଷଙ୍କ ନିକଟରେ ମୌଖିକ ଭାବେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଛାନ୍‌ଭିନ୍ ଜାରି ରହିଛି । 

ଖବର ଅନୁଯାୟୀ, କିଛି ଦିନ ପରେ ପୁଣି ଭୀମ୍‌ସାରେ ଉଠିଛି ରାଗିଂ । ଭିମ୍‌ସାର ଦ୍ବିତୀୟ ବର୍ଷର ଛାତ୍ର ହଷ୍ଟେଲ୍‌ରେ ଥିବା ବେଳେ କିଛି ଜଣ ତୃତୀୟ ବର୍ଷର ଛାତ୍ର ପହଞ୍ଚି ତାଙ୍କୁ ଚିହ୍ନିଛି କି ବୋଲି ପଚାରିଥିଲେ । ଦ୍ବିତୀୟ ବର୍ଷର ଛାତ୍ର ଜଣକ ମନା କରିବା ପରେ ମାଡ ପିଟ୍‌ କରିବା ସହ ଗାଲି ଗୁଲଜ କରିଥିଲେ । ଫଳରେ ଛାତ୍ର ଜଣକ ପରିବାରରେ ଜଣାଇବା ପରେ ତାଙ୍କ ମା ମୌଖିକ ଭାବେ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ପରେ ଆଣ୍ଟିଂ ରାଗିଂ ସେଲର ବୈଠକ ହୋଇଥିବା ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି । ଅନ୍ୟପଟେ ଆଣ୍ଟିଂ ରାଗିଂ ସେଲ୍ ବୈଠକ ପରେ ସବ କମିଟି ଗଠନ ହୋଇ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ ହୋଇଛି  ବୋଲି ସୂଚନା ରହିଛି । 

ବୁଧବାର ପବିତ୍ର କୁମ୍ଭ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.