ବୁଲିବାକୁ ଯାଇଥିଲେ ପରିବାର, ଘରେ କଳାକନା ବୁଲାଇଦେଲେ ଲୁଟେରା

Published By : Prameya-News7 Bureau | September 02, 2024 IST

ଭଦ୍ରକ ୦୨।୦୯ : ବନ୍ଧୁ ଘରକୁ ବୁଲିବାକୁ ଯାଇଥିଲେ ପରିବାର । ସକାଳୁ ଫେରିବା ବେଳକୁ ଘର ଭାଙ୍ଗି ଲୁଟି ନେଇଛନ୍ତି ଲୁଟେରା । ଘରେ ପୁରା କଳାକନା ବୁଲାଇ ଦେଇଛନ୍ତି ଲୁଟେରା  । ତେବେ ଲୁଟ୍‌ ହୋଇଥିବା ନେଇ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି ପରିବାର  ।

ଖବର ଅନୁଯାୟୀ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ଗେଲଟୁଆ ପଞ୍ଚାୟତ ବ୍ରାହ୍ମଣ ସାହିରେ ଚୋରି ହୋଇଛି । ଗାଁର ମାର୍କଣ୍ଡ ପାଣିଗ୍ରାହୀ ପରିବାର ସହ ବନ୍ଧୁଙ୍କ ଘରକୁ ଯାଇଥିଲେ । ସେଠାରେ ସକାଳ ସମୟରେ ଫେରିଥିଲେ । ଘରେ ଦେଖନ୍ତି ତ ଘରର ଆଲମାରୀ ଭଙ୍ଗା ହୋଇଛି । ଦୁଇ ଆଲମାରୀରୁ ପ୍ରାୟ ୧୨ ଭରି ସୁନା ଓ କିଛି ନଗଦ ଟଙ୍କା ଲୁଟ୍‌ କରିଛନ୍ତି । ତେବେ ଘର ପାଖରେ ଥିବା ଗଛରେ ଚଢି ସିଢି ସହାୟତାରେ ଘର ଭିତରକୁ ପଶି ଏପରି ଲୁଟ୍‌ କରିଥିବା ଅନୁମାନ କରାଯାଉଛି ।  ସେପେଟ ଲୁଟ୍‌ ହୋଇଥିବା ନେଇ ପରିବାର ପକ୍ଷରୁ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସ ଆକ୍ସନକୁ ଆସିଛି । ଆଉ ଛାନ୍‌ଭିନ୍‌ ମଧ୍ୟ ଜାରି ରଖିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.