ଥାନାରେ ପଶି ମେଜର,ବାନ୍ଧବୀଙ୍କ ଉନ୍ମତ୍ତକାଣ୍ଡ, ପ୍ରଚୁର ମଦ ପିଇ ପୋଲିସକୁ ପିଟିଲେ

Published By : Prameya-News7 Bureau | September 15, 2024 IST

ଭୁବନେଶ୍ୱର ୧୫।୦୯ : ଭରତପୁର ଥାନା ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ଉନ୍ମତ୍ତକାଣ୍ଡ । ଥାନା ଭିତରେ ପଶି ହଙ୍ଗାମା କରିବା ସହିତ ପୋଲିସକୁ ପିଟିଲେ । ଆକ୍ରମଣ ସମୟରେ ଉଭୟ ପ୍ରଚୁର ମଦ୍ୟପାନ କରିଥିବାର ସୂଚନା ମିଳିଛି । 

ଖବର ଅନୁଯାୟୀ, ରବିବାର ସକାଳୁ ଭରତପୁର ଥାନାରେ ପଶି ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ଉନ୍ମତ୍ତ କାଣ୍ଡ। କୋଲକାତା ରେଜିମେଣ୍ଟର ମେଜର ଗୁରୁବନ୍ତ ସିଂ ଏବଂ ତାଙ୍କ ବାନ୍ଧବୀ ଥାନାରେ ଥିବା ୨ଜଣ ସବଇନସ୍ପେକ୍ଟର ଜଣେ ମହିଳା କନେଷ୍ଟବଳ ଏବଂ୨ ଜଣ କନେଷ୍ଟବଳଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି । ଗଣ୍ଡଗୋଳ ସମୟରେ ଉଭୟ ପ୍ରବଳ ମଦ୍ୟପାନ କରିଥିଲେ । ମେଜର ଆସିଥିବା ଗାଡି ଭିତରେ ମଦ ବୋତଲ ପଡିଥିବା ଦେଖିବାକୁ ମିଳିଛି । ଉଭୟ ଥାନା ଭିତରେ ପଶି ପୋଲିସକୁ ଖରାପ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ଡାକ୍ତରୀ ମାଇନା ପାଇଁ ପଠାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.