ଆଠଗଡ ୧୮।୬: ଘରେ କେହି ନଥିବାର ସୁଯୋଗ ନେଇ ତାଲା ଭାଙ୍ଗି ଲୁଟ୍ କଲେ ଲୁଟେରା । କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ନୂଖାପଡ଼ା ଛକ ନିକଟରେ ଥିବା ତାଙ୍କ ଘରେ ଚୋରି ହୋଇଥିବା ନରସିଂହପୁର ଥାନାରେ ଅଭିଯୋଗ କରିଛନ୍ତି ଘର ମାଲିକ ଧନେଶ୍ୱର ବେହେରା । ସୋମବାର ବିଳମ୍ବିତ ରାତିରେ ଦୋକାନ ପଛ ପଟେ ଥିବା ଘର ତାଲା ଭାଙ୍ଗି ଲୁଟେରା ଘରେ ଥିବା ୬୦ ହଜାର ଟଙ୍କା ସହ ପ୍ରାୟ ଏକ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା, ଟିଭି, ଫ୍ୟାନ ସହ ଅନ୍ୟ ଆସବାବପତ୍ର ଲୁଟେରା ମାନେ ଲୁଟିନେଇଛନ୍ତି । ପ୍ରମାଣ ନଷ୍ଟ କରିବା ପାଇଁ ସିସିଟିଭିର ଯନ୍ତ୍ରାଂଶ ସବୁକୁ ଚୋରି ହୋଇଥିବା ଧନେଶ୍ଵର ବେହେରା ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ନରସିଂହପୁର ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
You Can Read :
ପଞ୍ଜାବରୁ ଧାମରା ବନ୍ଦରକୁ ଆସିଥିବା ଜାହାଜ କର୍ମଚାରୀ ନିଖୋଜ, ଆତ୍ମହତ୍ୟା କରିଥିବା ସନ୍ଦେହ