ସ୍କୁଟି ଡିକି ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ, ଅନ୍ୟ ଏକ ବାଇକ୍‌ରେ ମାରିଲେ ଛୁ

Published By : Prameya-News7 Bureau | June 20, 2024 IST

କରଞ୍ଜିଆ ୨୦।୬: ଦିନ ଦ୍ବିପ୍ରହରରେ ସ୍କୁଟି ଡିକି ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । କେନ୍ଦୁଝର ଜିଲ୍ଲା ଖଣ୍ଡେଇପଡ଼ା ଗ୍ରାମର ସାଲଖୁ ସୋରେନ୍ ନାମକ ଜଣେ ଯୁବକ SBI କରଞ୍ଜିଆ ଶାଖାରୁ ୧ ଲକ୍ଷ ୫ ହଜାର ଟଙ୍କା ଉଠାଇ ନିଜ ସ୍କୁଟି ଡିକିରେ ରଖି କରଞ୍ଜିଆ ବଜାରର ସିନେମା ହଲ୍ ଛକ ନିକଟରେ ଥିବା ଏକ ଗ୍ରୋସରୀ ଦୋକାନରେ ସାମଗ୍ରୀ କିଣୁଥିବା ସମୟରେ ସ୍କୁଟି ଡିକି ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଟଙ୍କା ନେଇଯାଉଥିବା ଦେଖି ଯୁବକ ଜଣକ ପାଟି କରିବାରୁ କିଛି ଟଙ୍କା ରାସ୍ତା ଉପରେ ଫିଙ୍ଗି ଦେଇଥିଲା ଦୁର୍ବୃତ୍ତ । ଯୁବକ ଜଣକ ସେହି ଟଙ୍କା ଗୋଟାଇବା ପାଇଁ ବ୍ୟସ୍ତ ରହିବାରୁ ଦୁର୍ବୃତ୍ତ ଜଣକ ଅନ୍ୟ ଏକ ବାଇକରେ ଛୁ ମାରିଥିଲା । ଘଟଣାସ୍ଥଳରେ କରଞ୍ଜିଆ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବା ବେଳେ କରଞ୍ଜିଆ ସହରର ଚତୁଃପାର୍ଶ୍ବରେ CCTV ଲଗାଯାଇ ଥାନାରେ ସବୁବେଳେ ନଜର ରଖାଯିବା ପରେ ମଧ୍ଯ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତ ଲୁଟେରାକୁ ପୋଲିସ ଧରି ନପାରିବା କରଞ୍ଜିଆ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.