ଚାରମାଳ ଉପରେ ପ୍ରଭୁ ବଳଭଦ୍ର ହାମୁଡେଇ ପଡ଼ିବା ଘଟଣାର ତଦନ୍ତ ଆରମ୍ଭ, ୩ ଜଣିଆ କମିଟିର ପଚରାଉଚରା

Published By : Prameya-News7 Bureau | August 13, 2024 IST

ପୁରୀ ୧୩।୮: ଚଳିତ ବର୍ଷ ଆଡ଼ପ ମଣ୍ଡପ ପହଣ୍ଡି ବିଜେ ସମୟରେ ଚାରମାଳ ଉପରେ ପ୍ରଭୁ ବଳଭଦ୍ର ହାମୁଡେଇ ପଡିଯିବା ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗଠିତ ହୋଇଥିବା ତିନି ଜଣିଆ କମିଟିର ତଦନ୍ତ ଆରମ୍ଭ   କରିଛି । ତଦନ୍ତକୁ ନେଇ ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ସୋମବାର ତଦନ୍ତ କମିଟି ଯୁବ ଦଇତାପତି ଅନାଥ ଦାସମହାପାତ୍ରଙ୍କୁ ପଚରାଉଚରା କରିଛି । ଯୁବ ଦଇତାପତି ସମ୍ପୂର୍ଣ୍ଣ ଘଟଣା ଉପରେ ନିଜର ମତ ରଖିଛନ୍ତି । କେହି ଜାଣିଶୁଣି ଏଭଳି କରିନାହାନ୍ତି । ଏହାର ଯେଭଳି ପୁନରାବୃତ୍ତି ନହୁଏ ସେଥିପ୍ରତି ସମସ୍ତେ ସଜାଗ ରହିବା ଆବଶ୍ୟକ । ପହଣ୍ଡି ସମୟରେ ଦଇତାପତି, ସୁଆର ମହାସୁଆର, ପୂଜାପଣ୍ଡା ଓ ପୁଷ୍ପାଳକଙ୍କର ମୁଖ୍ୟ ଦାୟିତ୍ଵ । ରଥ ଉପରେ ମୋବାଇଲ ଫୋନ୍ ବ୍ୟବହାର ଓ ଅତ୍ୟଧିକ ସେବାୟତ ଚଢିବା ମୁଖ୍ୟ କାରଣ । ଯାହା ଫଳରେ ଏଭଳି ଘଟଣା ଘଟିଥିଲା । ବରିଷ୍ଠ ଦଇତାପତି ବିନାୟକ ଦାସ ମହାପାତ୍ରଙ୍କ ସୂଚନା ।

ସୂଚନାଯୋଗ୍ୟ ଯେ, ଗତ ମାସ ୯ ତାରିଖରେ ଆଡ଼ପ ମଣ୍ଡପ ବିଜେ ବେଳେ  ମହାପ୍ରଭୁ ବଡ଼ ଠାକୁରଙ୍କୁ ରଥ ଚାରମାଳ ଉପରୁ ଖସି ପଡ଼ିଥିଲେ । ସେବାୟତଙ୍କ ଏହି ଦାୟିତ୍ୱହୀନତା ଓ ପ୍ରଶାସନର ଖାମଖିଆଲି କାର୍ଯ୍ୟ ଦେଖି ସମଗ୍ର ବିଶ୍ୱର ଜଗନ୍ନାଥ ପ୍ରେମୀ ଦୁଃଖିତ ହୋଇଥିଲେ । ଭକ୍ତଙ୍କ ଭାବାବେଗ ଉପରେ ଆଘାତ ଲାଗିଥିଲା । ମାତ୍ର ଏପର୍ଯ୍ୟନ୍ତ ଏବାବଦରେ ପ୍ରଶାସନ ଚୁପ୍‌ ରହି ଘଟଣାକୁ ଚାପି ଦେବାକୁ ଉଦ୍ୟମ ଚଳାଇଛି । ରଥ  ଉପରେ ଅନଧିକୃତ ଚଢ଼ିବା ଘଟଣାରେ ଶ୍ରୀମନ୍ଦିର ଚୁପ୍‌ ରହିବା ଓ ନରେନ୍ଦ୍ରରେ ଭଉଁରି ଦିନ ବାଣ ବିସ୍ଫୋରଣ ଘଟଣାରେ ଏସ୍‌ଆରସି କରୁଥିବା ତଦନ୍ତ ସରକାରୀ ଫାଇଲ ତଳେ ଚାପି ହୋଇ ରହିଯିବା ଘଟଣାକୁ ନେଇ ପ୍ରଶାସନର କାର୍ଯ୍ୟ ଉପରେ ସାଧାରଣ ଲୋକଙ୍କ ସନ୍ଦେହ ସୃଷ୍ଟି ହୋଇଛି ।

You Can Read:

R&B ବିଭାଗ ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ ମିଶ୍ର ଗିରଫ, ଠାବ ହୋଇଛି ୧୧ କୋଟି ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.