R&B ବିଭାଗ ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ ମିଶ୍ର ଗିରଫ, ଠାବ ହୋଇଛି ୧୧ କୋଟି ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି

Published By : Prameya-News7 Bureau | August 13, 2024 IST

ଭୁବନେଶ୍ବର ୧୩: R&B ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ ମିଶ୍ର ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଗିରଫ କରିଛି । ଯନ୍ତ୍ରୀଙ୍କର ୧୦ଟି ଫ୍ଲାଟ୍‌, ୭ଟି ପ୍ଲଟ୍‌, ଅଢେଇ କେଜି ସୁନା, ୩୭୦ ଗ୍ରାମ ହୀରା, ୨.୭୦ କୋଟିର ବ୍ୟାଙ୍କ ଜମା ଠାବ ହୋଇଥିଲା । 

ପୂର୍ବତନ ମୁଖ୍ୟଯନ୍ତ୍ରୀଙ୍କର ଭୁବନେଶ୍ବର, ଝାରସୁଗୁଡ଼ା, ଆଠଗଡ଼ ଘରେ ଏକକାଳୀନ ଚଢ଼ାଉ ହୋଇଥିଲା । ତାରାବାବୁଙ୍କ ସଂପତ୍ତି ବାଡ଼ି, ବଙ୍ଗଳାଗାଡ଼ି ଭିଜିଲାନ୍ସ ଅଧିକାରୀଙ୍କୁ ଟେରା କରିଦେଇଥିଲା । ଘରୁ ମିଳିଥିଲା ୬ ଲକ୍ଷ ଟଙ୍କାର ନଗଦ କ୍ୟାସ । ବିଡ଼ା ବିଡା ଟଙ୍କା କେଉଁଠୁ ଗଣିବ ଜାଣିପାରିଲାନି ଭିଜିଲାନ୍ସ । ଏହା ଭିତରେ ରହିଥିଲା ଅଚଳ ୨ ହଜାର ଟଙ୍କିଆ ବିଡ଼ା ଆଉ ବିଦେଶୀ ନୋଟ୍‌ । ଭୁବନେଶ୍ବର ଓ ଝାରସୁଗୁଡାରେ ଠାବ ହୋଇଥିଲା ୧୦ଟି ଦାମୀ ଫ୍ଲାଟ ସାଙ୍ଗକୁ ୭ଟି ପ୍ଲଟ । ବିଭିନ୍ନ ଇନସୁରାନ୍ସରେ ଡିପୋଜିଟ ରହିଛି ୨.୭ କୋଟି ଟଙ୍କା । ସୁନା ଦେଢ଼ କେଜି, ରୋଲେକ୍ସ ରିଷ୍ଟ ୱାଚ ୧୩ ଲକ୍ଷ ଟଙ୍କାର, ତା ସାଙ୍ଗକୁ ରୁପାର ବାସନକୁସନ ବି ମିଳିଥିଲା ବୋଲି ସୂଚନା ରହିଛି । ଏମିତି ସଉକିନ ଯନ୍ତ୍ରୀଙ୍କୁ ପୂର୍ବରୁ କେବେ ଦେଖିନଥିବେ ଭିଜିଲାନ୍ସ ଅଧିକାରୀ । ତାରାପ୍ରସାଦ ମିଶ୍ର ଗତବର୍ଷ ଚାକିରୀରୁ ଅବସର ଗ୍ରହଣ କରିଥିଲେ । ସୋମବାର ପର୍ଯ୍ୟନ୍ତରା ପର୍ଯ୍ୟନ୍ତ ପ୍ରାୟ ୧୧ କୋଟି ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ ହୋଇଥିବା ଜଣାପଡିଥିଲା । 

ଗତ କିଛି ଦିନ ଭିଜିଲାନ୍‌ସ ଖୋଜି ଖୋଜି କୁବେର ଯନ୍ତ୍ରୀଙ୍କ ଘରକୁ ଲୋକଲୋଚନକୁ ଆଣୁଛି । ଯେଉଁମାନଙ୍କ ସଂପତ୍ତି ଆବିଷ୍କାର କରି ଭିଜିଲାନ୍ସ ଅଧିକାରୀମାନେ ଯେତିକି ତାଜୁବ ହେଉଛନ୍ତି ଏମାନେ ପୂର୍ବରୁ କେମିତି ସ୍କାନର ଭିତରକୁ ଆସୁନଥିଲେ, ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।  

You Can Read:

ପାରିବାରିକ କଳହରୁ ଚାଲିଗଲା ବୃଦ୍ଧାଙ୍କ ମୃତ୍ୟୁ, ବିଷ ପିଇଦେଇଥିଲେ ବୃଦ୍ଧ ଦମ୍ପତି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.