ପାରିବାରିକ କଳହରୁ ଚାଲିଗଲା ବୃଦ୍ଧାଙ୍କ ମୃତ୍ୟୁ, ବିଷ ପିଇଦେଇଥିଲେ ବୃଦ୍ଧ ଦମ୍ପତି

Published By : Prameya-News7 Bureau | August 13, 2024 IST

ଆନନ୍ଦପୁର ୧୩: ପାରିବାରିକ କଳହରୁ ବିଷ ପିଇଲେ ବୃଦ୍ଧ ଦମ୍ପତି । ବିଷ ପିଇ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା କୋରେଇ ଥାନା ରାଉତପଡା ଗ୍ରାମରେ । 

ସୂଚନାଯୋଗ୍ୟ ଯେ, ସୋମବାର ବିଳମ୍ବିତ ରାତିରେ ପାରିବାରିକ କଳହକୁ ନେଇ ଗ୍ରାମର ଉମାମଣି ବେହେରା ଏବଂ ସ୍ୱାମୀ ବାବାଜୀ ବେହେରା ବିଷ ପିଇ ଦେଇଥିଲେ । ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଉମାମଣୀଙ୍କୁ ମୃତ ଘୋଷଣା କରିଥିଲେ । ଉମାମଣୀଙ୍କ ସ୍ୱାମୀ ବାବାଜୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

You Can Read:

ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ଗୋପାଳ ସାହୁଙ୍କ ଦେହାନ୍ତ, ୨୫ବର୍ଷ ଧରି କଂସ ଭୂମିକାରେ କରିଥିଲେ ଅଭିନୟ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.