୬ ତାରିଖରେ କେନ୍ଦ୍ରୀୟ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା, ଓଡ଼ିଶାରେ ପଡ଼ିବନି ପ୍ରଭାବ

Published By : Prameya-News7 Bureau | September 30, 2024 IST

ଭୁବନେଶ୍ୱର,୩୦।୦୯: ଆସନ୍ତା ଅକ୍ଟୋବର ୬ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ ।  ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଥାଇଲାଣ୍ଡରେ ମଧ୍ୟ ଆଉ ଏକ ଲଘୁଚାପ ସୃଷ୍ଟି   ହୋଇପାରେ । କିନ୍ତୁ ଓଡ଼ିଶା ଉପରେ ଏହାର   ପ୍ରଭାବ ରହିବନି। ବରିଷ୍ଠ ପାଣିପାଗ ବିଶେଷଜ୍ଞ   ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ଏହି   ପୂର୍ବାନୁମାନ କରିଛନ୍ତି । 

ଡ. ପଶୁପାଳକ କହିଛନ୍ତି, ଅକ୍ଟୋବର ୨  ତାରିଖରେ ପଶ୍ଚିମବଙ୍ଗର ଉତ୍ତରରେ ଏକ  ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ପରବର୍ତ୍ତୀ  ତିନିଦିନରେ ବାଂଲାଦେଶ ଓ ଉତ୍ତର  ପୂର୍ବ ଭାରତରେ ବର୍ଷା ସମ୍ଭାବନା ଅଛି ।  ଅକ୍ଟୋବର ୬ ତାରିଖରେ ପଶ୍ଚିମ କେନ୍ଦ୍ରୀୟ  ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି  ହୋଇପାରେ। ଏହା ଆନ୍ଧ୍ରପ୍ରଦେଶ ଓ  ତେଲଙ୍ଗାନାକୁ ମୁହାଁଇ ତାମିଲନାଡୁ ଓ ଦକ୍ଷିଣ  ଆନ୍ଧ୍ରରେ ବର୍ଷା କରାଇପାରେ । 

ଅକ୍ଟୋବର ୬  ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର  ଓ ସଂଲଗ୍ନ ଥାଇଲାଣ୍ଡ ଉପକୂଳରେ ଏକ  ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ପ୍ରଭାବରେ  ପୂର୍ବ ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି  ହେବ । ଫଳରେ ତାମିଲନାଡୁରେ ବର୍ଷା  ହେବ ବୋଲି ସେ ପ୍ରାଥମିକ ଆକଳନ କରିଛନ୍ତି । ତେବେ ଏହା ବିଶେଷ ଘନୀଭୂତ  ହେବନି । ଓଡ଼ିଶାରେ ବିଶେଷ ବର୍ଷା ନାହିଁ ।  ଧାନ କ୍ଷେତରେ ପାଣି ବାନ୍ଧି ରଖନ୍ତୁ । ଓଦା ମାଟିରେ ଶୀଘ୍ର ରବି ଫସଲ ଲଗାନ୍ତୁ ବୋଲି  ସେ ପରାମର୍ଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.